ନଭେମ୍ବର ୬ ରୁ ୧୧ ସ୍ଵତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ

0

ଜଗତସିଂହପୁର ତା ୦୩.୧୧.୨୦୨୩ ସୁମନ୍ତ କୁମାର ଦାସ: ଜଗତସିଂହପୁର-ତା ୩.୧୧.୨୩ରିଖ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମିଶନ ଇନ୍ଦ୍ରଧନୁଷ ଟୀକାକରଣ କାର୍ଯ୍ୟକ୍ରମ ର ଚତୁର୍ଥ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି।ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ଅଧ୍ୟକ୍ଷତାକରି ଜିଲ୍ଲାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଜନ୍ମରୁ ୫ ବର୍ଷ ର ଶିଶୁ ଏବଂ ଗର୍ଭବତୀ ମହିଳା ଯେଉଁମାନେ ଟୀକା ନେଇ ନାହାନ୍ତି କିମ୍ବା ମଝିରୁ ଟୀକା ଛାଡି ଯାଇଛନ୍ତି ସେମାନେ ନଭେମ୍ବର ୬ ତାରିଖରୁ ୧୧ ତାରିଖ ମଧ୍ୟରେ ସମସ୍ତେ ଟୀକା ନିଅନ୍ତୁ।ଏ ସ°ଫର୍କ ରେ ଅଙ୍ଗନବାଡି କର୍ମୀ ମାନେ ଟୀକା ନନେଇଥିବା ଶିଶୁ ଓ ଗର୍ଭବତୀ ମହିଳା ଙ୍କୁ ଚିହ୍ନଟ କରି ଟୀକାକରଣ ରେ ସହଯୋଗ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାରେ ମୋଟ ୩୪୧ ଟି ଟୀକାଦାନ କେନ୍ଦ୍ର ରେ ନଭେମ୍ବର ୬ ରୁ ୧୧ ମଧ୍ୟରେ ୨୨୬ ଜଣ ଗର୍ଭବତୀ ମହିଳା ଏବଂ ଜନ୍ମରୁ ୫ ବର୍ଷ ମଧ୍ୟରେ ୧୫୪୭ ଶିଶୁ ଟୀକା ଗ୍ରହଣ କରିବେ।ଏହି ସମସ୍ତ ଟୀକାକରଣ କେନ୍ଦ୍ରରେ ମହିଳା ସ୍ବାସ୍ଥ୍ୟ କର୍ମୀ ମାନେ ଟୀକାଦାନ କରିବେ।ଟାସ୍କଫୋର୍ସ କମିଟି ବୈଠକରେ ଡା.ନିମାଇଁ ଚରଣ ନାୟକ,ଏଡିଏମ୍ଓ,ମେଡିକାଲ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ର ଡା.ଦୀପକ କୁମାର କର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନମିତା ରାଉତ,ଜିଲ୍ଲା କ୍ରୀଡା ଅଧିକାରୀ ବିଶ୍ବବିଜୟିନୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟଶ୍ରୀ ସାହୁ,ଜିଲ୍ଲା ଆକାଉଣ୍ଟସ୍ ମ୍ୟାନେଜର ନୀଳମାଧବ ରଥ,ଏପିଏମ୍ ,ସହରାଞ୍ଚଳ ସ୍ବାସ୍ଥ୍ୟ ମନୋରଞ୍ଜନ ମହାପାତ୍ର, ଭ୍ୟାକସିନ୍ ଲଜିଷ୍ଟିକ ମ୍ୟାନେଜର ପାର୍ଥସାରଥି କରଶର୍ମା,ଜିଲ୍ଲା ପ°ଚାୟତ ଅଧିକାରୀ ନୃସିଂହ ପ୍ରସାଦ ମିଶ୍ର ଏବଂ ଆସିଏ,ରାଜେଶ କୁମାର ପତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଡେ଼ପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.