ଭୁବନେଶ୍ୱର: ରାଜ୍ୟରେ ସରକାରୀ ହାଇସ୍କୁଲମାନଙ୍କରେ ୭୫୪୦ ଗୋଟି ବିଭିନ୍ନ ବର୍ଗର (TGT PCM,TGT CBZ , ARTS, HINDI, SANSKRIT, URDU, TELUGU H PET) ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ossc) ମାଧ୍ୟମରେ ଚୟନ ପ୍ରକି୍ରୟା ଚାଲୁଅଛି । ଉକ୍ତ ଚୟନ ପ୍ରକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଉପନୀତ । ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପୂର୍ବରୁ ବିଭିନ୍ନ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନଙ୍କର ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ossc ଅଫିସ ତଥା ସମଗ୍ର ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଚାଲୁଅଛି ।
ବର୍ତ୍ତମାନ ସୁଦ୍ଧା ସମଗ୍ର ୩୦ ଜିଲ୍ଲାରେ TGT PCM H TGT CBZ ଶିକ୍ଷକଙ୍କ ପାଇଁ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ସରିବାକୁ ଯାଉଅଛି । ossc ଅଫିସରେ PET, TELUGU ଓ ସମସ୍ତ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଉଅଛି । ଉକ୍ତ ଯାଞ୍ଚ ପ୍ରକ୍ରିୟାକୁ ସ୍ୱଚ୍ଛତା ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯାଞ୍ଚ ସମୟରେ ଯଦି କୌଣସି ଶଙ୍କା ଉପୁଜେ ତେବେ ତାହାକୁ ଦୂରୀଭୂତ କରିବା ପାଇଁ ossc ଅଫିସ ତଥା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଅଛି । ଉକ୍ତ ଯାଞ୍ଚ ପ୍ରକ୍ରିୟା ossc ଅଫିସ ତଥା ସମଗ୍ର ୩୦ଟି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦ୍ୱାରା ସୁରୁଖୁରୁରେ ସମ୍ପାଦନ କରାଯାଉଅଛି । ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଖାଲିଥିବା ପଦବୀ ଅନୁଯାୟୀ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ ।
Sign in
Sign in
Recover your password.
A password will be e-mailed to you.