ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଦ୍ୱାରା ବେଲଗୁଣ୍ଠା ଠାରେ ସେବା ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଗୃହ ଉଦ୍ଘାଟିତ ହୋଇଯାଇଛି I ବେଲଗୁଣ୍ଠା ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଉଦ୍ଘାଟକ ରୂପେ ମାନ୍ୟବର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗ ଦେଇଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଆସିକା ସେଣ୍ଟ୍ରାଲ ବ୍ୟାଙ୍କ୍ ସଭାପତି ମଙ୍ଗୁଳୁ ସାହୁ, ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର,ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ବେଲଗୁଣ୍ଠା ଶାଖା ନିର୍ଦ୍ଦେଶକ ସୁମନ୍ତ କୁମାର ବିଷୋୟୀ ,ଆସିକା ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ନାଥ ପଣ୍ଡା, ନଗରପାଳ ଫିରୋଜ କୁମାର ସେଠୀ, ଉପନଗରପାଳ ଟି ବବିତା କୁମାରୀ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ପ୍ରାକ୍ତନ ନଗରପାଳ ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ରନାଥ ମହାପାତ୍ର, ସେବା ସମବାୟ ସମିତି ଉପସଭାନେତ୍ରୀ ନମିତା ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପରିଷଦ ସଭ୍ୟ ରାଜେଶ୍ ସାହୁ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ସମାଜସେବୀ ଶୂଳପାଣି ଶତପଥୀ, ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ଅଭିମନ୍ୟୁ ପଟ୍ଟନାୟକ , ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍, ପୂର୍ବତନ ଉପନଗରପାଳ ପ୍ରଶାନ୍ତ ସାହୁ, ରୋଟାରୀ କ୍ଲବ୍ ପ୍ରାନ୍ତପାଳ ଭିଦେବୀ ପ୍ରସାଦ ପାତ୍ର, ପୂର୍ବତନ କାଉନସିଲର୍ ଟୁଟୁ ସୁବୁଦ୍ଧି, ଯୁବ ସମାଜସେବୀ ଆଲୋକ ସାହାଣୀଙ୍କ ସମେତ ବହୁ ସରପଞ୍ଚ,ସମିତିସଭ୍ୟ, ସମସ୍ତ କାଉନସିଲର୍ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ଏହି ଅବସରରେ ନବୀନ ସରକାରଙ୍କ ସମୟରେ ଓଡିଶା ମାନଚିତ୍ରରେ ବିରାଟ ପରିବର୍ତ୍ତନ ଆସିଥିବା ବେଳେ ଆଗାମୀ ଦିନରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଥିଲେ I ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମନ୍ତ୍ରୀ ଶ୍ରୀ ଆରୁଖଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା I
Sign in
Sign in
Recover your password.
A password will be e-mailed to you.
Next Post