ଜଗତସିଂହପୁର,ତା-୦୧.୧୧.୨୦୨୩/ସୁମନ୍ତ କୁମାର ଦାସ;ଚଳିତବର୍ଷ ଦୁର୍ନୀତି ନିବାରଣ ସପ୍ତାହ ଗତ ତା 30.10.23ରିଖ ଠାରୁ ତା05.11.23ରିଖ ପର୍ଯ୍ୟନ୍ତ ରାଜ୍ଯବ୍ଯାପୀ ପାଳନ କରାଯାଉଛି। ଏହି ଅବସରରେ ବାଲିକୁଦା ବ୍ଳକ କାର୍ଯ୍ୟାଳୟ ଠାରେ ଅତିରିକ୍ତ ବ୍ଳକ ଉନ୍ନୟନ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି ।ଦେଶ ତଥା ରାଜ୍ୟର ପ୍ରଗତି ପଥରେ ବାଧକ ସାଜିଥିବା ଦୁର୍ନୀତି ର ମୂଳୋତ୍ପାଟନ ପାଇଁ ସମସ୍ତ ଜନସାଧାରଣ ଙ୍କୁ ସଚେତନ କରିବା ନିମନ୍ତେ ଏହି ସଭା ରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଦୁର୍ନୀତି ନିବାରଣ ପ୍ରତ୍ୟେକ ଙ୍କର କର୍ତ୍ତବ୍ୟ ଏବଂ ଏଥିପ୍ରତି ସମସ୍ତଙ୍କୁ ସତର୍କ ଓ ସଜାଗ ରହିବା ଆବଶ୍ୟକ ବୋଲି ଏହି ସଭାରେ ଉପସ୍ଥିତ ଜନସାଧାରଣ ଙ୍କୁ ମୁଖ୍ୟ ଅତିଥି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀମତୀ ଦୀପ୍ତି ରେଖା ମଲ୍ଲିକ ସଚେତନ କରାଇଥିଲେ।ଏହି ସଭା ରେ ଯୋଗଦେଇ ଦୁର୍ନୀତି ନିବାରଣ ୟୁନିଟ ର ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅନୁପମା ସାହୁ କହିଲେ ଲାଞ ନେବା ଓ ଦେବା ଉଭୟ ଅପରାଧ।ରାଜ୍ୟ ସରକାର ଦୁର୍ନୀତି କୁ ଶୂନ୍ୟସହିଷ୍ନୁତା ନୀତି ଭାବରେ ଗ୍ରହଣ କରିଛନ୍ତି।ଏଣୁ ପ୍ରତ୍ୟେକ ନାଗରିକ ସଚେତନ ହେଲେ ଦୁର୍ନୀତି କୁ ରୋକାଯାଇପାରିବ ଏବଂ ଆମ ରାଜ୍ୟ ଏକ ପ୍ରଗତିଶୀଳ ରାଜ୍ୟ ରେ ପରିଣତ ହୋଇପାରିବ।
ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଭାରେ ଦୁର୍ନୀତି ନିବାରଣ ବିଭାଗ ଇନ୍ସପେକ୍ଟର ଶ୍ରୀ ସିଦ୍ଧାର୍ଥ କୁମାର ରାଉତ ,ମାଛଗାଁ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ନିରଞ୍ଜନ ଦାସ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ବାହାରଣା, ସରପଞ୍ଚ ଶ୍ରୀ ମାନସ ରଞ୍ଜନ ପରିଡା, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସତ୍ୟବ୍ରତ ପରିଡା ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ,ଆଇ ସି ଡି ଏସ୍ ର ସୁପରଭାଇଜର ଓ କର୍ମଚାରୀ, ମିଶନ ଶକ୍ତି ର ବ୍ଲକ ପ୍ରକଳ୍ପ ସଂଯୋଜକ,ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ, ସି. ଆର୍. ସି,ଏମ୍ .ବି .କେ, ଏ .ଓ ଏସ୍.ଓ .ତଥା ବ୍ଲକ ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସମସ୍ତ ଅତିଥି ଓ ପ°ଚାୟତ ପ୍ରତିନିଧିମାନେ ଜନସାଧାରଣ ଙ୍କୁ ଦୁର୍ନୀତି ନିବାରଣ ସମ୍ପର୍କରେ ସଚେତନ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post