ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ଯୋଗୁଁ ଜୁଆଡ଼ିମାନଙ୍କର ଆକ୍ରମଣ ଶିକାର ହୋଇଛନ୍ତି ତିନି ପୋଲିସ୍ କର୍ମଚାରୀ I ଏନେଇ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ଅଭିଯୋଗ ପ୍ରକାରେ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 801/23 ରେ ଏକ ମାମଲା ରୁଜୁ କରାଯାଇ ତିନି ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି I ସୂଚନା ପ୍ରକାରେ ଗାଙ୍ଗପୁର ପୋଲିସ୍ ଗତ ମଙ୍ଗଳବାର ରାତ୍ରି ନଅ ଘଣ୍ଟା ସମୟରେ ପାଟ୍ରୋଲିଂ କରୁ୍ଥିବା ସମୟରେ ପାଲକଷଣ୍ଢା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା I ଏହି ସମୟରେ ସମ୍ପୃକ୍ତ ଜୁଆଡ଼ିମାନେ ପୋଲିସ୍ ଉପରେ ଆକ୍ରମଣ କରିବା ସହ ପୋଲିସ୍ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଥିଲେ I ଏଥିରେ ଏଏସ୍ଆଇ ଯୁଧିଷ୍ଠିର ମାଝୀଙ୍କ ସମେତ ପୋଲିସ୍ କର୍ମଚାରୀ କୃଷ୍ଣଚନ୍ଦ୍ର ମଣ୍ଡଳ ଏବଂ ଅରୁଣ ନାହାକ ଆହତ ହୋଇଥିଲେ I ଘଟଣା ସ୍ଥଳରୁ ପୋଲିସ୍ ସେହି ଗ୍ରାମର ସୁଶାନ୍ତ କୁମାର ସ୍ୱାଇଁ, ପ୍ରସାଦ ବେହେରା ଏବଂ ଭଗବାନ ସ୍ଵାଇଁଙ୍କୁ ଗିରଫ କରିବା ସହିତ ନଗଦ 36,240 ଟଙ୍କା, ଦୁଇଟି ମୋବାଇଲ୍, ଗୋଟିଏ ଖଣ୍ଡା ଏବଂ 52 ପଟ ତାସ୍ ଜବତ କରାଯାଇଥିବା ପୋଲିସ କହିଛି I ଆଜି ଗିରଫ ତିନି ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଜୁଆ ଖେଳ ଉପରେ କଡ଼ା ନଜର ରଖାଯାଇ ଜୁଆଡିମାନଙ୍କୁ ସାବାଡ୍ କରାଯିବ ବୋଲି ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.