ନାଚୁଣୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଟି ଚାଳକ ମୃତ

0

ଚିଲିକା:(ସେକ୍ କୌସର): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ କଉଡ଼ିଖଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ସ୍କୁଟି ଯୋଗେ ପୁରୀ ଅଞ୍ଚଳର ଗୋପାଳ ଦାସ ଏବଂ ରାଜୁ ରେଡ୍ଡୀ ନାମକ ଦୁଇ ଜଣ ଯୁବକ ନାଚୁଣୀ ଦେଇ ଯାଉଥିବା ବେଳେ କଉଡ଼ିଖଣି ଛକରେ ଏକ ଅଜଣା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ସ୍କୁଟି। ଫଳରେ ଘଟଣାସ୍ଥଳରେ ଗୋପାଳଙ୍କ ମୃତ୍ୟୁ ଘଟିଥିବାବେଳେ ରାଜୁଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲ ପଠାଯାଇଛି।ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ ଖବର ପାଇ ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଁଚିଛି।

Leave A Reply

Your email address will not be published.