ଅତିରିକ୍ତ ଜିଲ୍ଲାପାଳଙ୍କ ବୁଥ୍ ପରିଦର୍ଶନ

0

ଗାଇସିଲାଟ/ମନ ଡନସନା- ଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନର ପୂର୍ବ ପ୍ରସ୍ତୁତି ସ୍ବରୂପ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଲାଟ କୁମାର ଲୁହା ଗାଇସିଲେଟ ବ୍ଲକ୍ କଟାବାହାଲ ଗ୍ରାମପଞ୍ଚାୟତ ର ଡଙ୍ଗରମୁଣ୍ଡା ବୁଥ୍ ପରିଦର୍ଶନ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନର ପୂର୍ବ ପ୍ରସ୍ତୁତିକୁ ଜିଲ୍ଲା ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ସଂପାଦନ କରୁଛି ଏବଂ ପ୍ରସ୍ତାବିତ ନୂତନ ଭାବରେ ହେବାର ଥିବା ଡଙ୍ଗରମୁଣ୍ଡା ଗ୍ରାମର ବୁଥ୍ କୁ ଆଜି ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଗସ୍ତ କରି ସେଠାକାର ସୁରକ୍ଷା ବ୍ୟବସ୍ଥା, ପାଚେରୀ, ପିଇବା ପାଣି, ଲୋକ ଧାଡ଼ିବାନ୍ଧିବା ପାଇଁ ସ୍ଥାନ, ଛାଇର ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପରଖି ଦେଖିଛନ୍ତି ଏବଂ ସନ୍ତୋଷ ପ୍ରକାଶ କରିଛନ୍ତି। ଉକ୍ତ ଗ୍ରାମବାସୀ ଭୋଟ ଦେବାପାଇଁ ଯାଉଥିବା ପ୍ରାୟ ୬ କି. ମି. ରାସ୍ତା ଥିବା ସେମେଲମୁଣ୍ଡା ଗ୍ରାମ କୁ ନିଜ ଗାଡ଼ି ରେ ଯାଇ ଦୂରତା ପରଖିଥିଲେ ।ଏହି ଅବସରରେ ସେ ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର ପ୍ରଶାନ୍ତ ଦୀପ, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପାଣ୍ଡବ ନନ୍ଦ, ଏବଂ ଗ୍ରାମବାସୀ ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି । ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଗୌରେନମୁଣ୍ଡା ରେ ଭୋଟିଂ ବୁଥ୍ ଥିବା ବେଳେ ଆଉଏକ ପ୍ରସ୍ତାବିତ ବୁଥ୍ କୁ ପରିଦର୍ଶନ କରିଥିବା ବେଳେ ଅନ୍ୟାନ୍ୟ ସବୁ ଭୋଟ ଦାନ କେନ୍ଦ୍ର ରେ କଣ କଣ ଅସୁବିଧା ଅଛି ତୁରନ୍ତ ତାକୁ ସମାଧାନ କରିବା ପାଇଁ ଶ୍ରୀଯୁକ୍ତ ନନ୍ଦ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ତେବେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଗସ୍ତ ପରେ ଦୀର୍ଘବର୍ଷ ଧରି ପ୍ରାୟ ୬ କି.ମି ରାସ୍ତା ଭୋଟ ଦେବା ପାଇଁ ଯାଉଥିବା ଡଙ୍ଗରମୁଣ୍ଡା ଗ୍ରାମବାସୀ ଏଥର ନିଜ ଗାଁ ରେ ଭୋଟ ଦେଇ ପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.