ପାରାଦୀପ ରେ ସୌଖିନ ପ୍ରିମିୟମ ଶୋ ରୁମ ଉଦଘାଟିତ

0

ଜଗତସିଂହପୁର,ତା-୨୩.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଟାଧାରୀ ଷ୍ଟିଲ ରାହାମା ଓ ପାରାଦ୍ବୀପରେ ଦୀର୍ଘଦିନ ହେବ ନିଜର ବ୍ୟବସାୟିକ ପ୍ରତିଷ୍ଠା ଲାଭ କରିବା ସହ ନିଜର ଉତ୍ତମ ବ୍ୟବହାର ଦ୍ୱାରା ଅନେକଙ୍କ ପ୍ରିୟ ପାତ୍ର ହୋଇପାରିଛନ୍ତି।ଆଜିକାଲିର ଅତ୍ୟାଧୁନିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟାରେ ଲୋକଙ୍କୁ ସୁଖନିଦ୍ରାରେ ତଥା ଆରାମ ପ୍ରଦାନ ନିମନ୍ତେ ସୌଖିନ କମ୍ପାନୀ ସର୍ବଦା ପ୍ରସ୍ତୁତ ରହିଛି । ଜଟାଧାରୀ ଷ୍ଟିଲ ସତ୍ଵାଧିକାରୀ ଶ୍ରୀଯୁକ୍ତ ରଂଜନକୁମାର ପ୍ରଧାନଙ୍କ ଉଦ୍ୟମରେ ପାରାଦ୍ୱୀପସ୍ଥିତ ଜିରୋପଏଣ୍ଟଠାରେ ସୌଖିନ କମ୍ପାନୀର ମୁଖ୍ୟ ଶ୍ରୀଯୁକ୍ତ ସରୋଜକୁମାର ପାତ୍ର, ସନ୍ଥ ତଥା ମାଳିକା ପ୍ରବଚକ ବାବା ଦିବାକର ଦାସ ମହାରାଜ,ସୁଖୀନର ମ୍ୟାନେଜର ଧରଣୀଧର ଜେନା, ମାର୍କେଟିଂ ମ୍ୟାନେଜର ସୂର୍ଯ୍ୟକାନ୍ତ ପଣ୍ଡା,ଡ଼ ସୁନାକର ବେହେରା,ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ସାମ୍ବାଦିକ ଶ୍ରୀକାନ୍ତ ଦାସ,ଉପସଭାପତି ରଶ୍ମିତା ନାୟକ,ରାମାୟଣୀ ପଣ୍ଡିତ ଅଭୟ ଦାସ,ପ୍ରମୂଖଙ୍କ ଉପସ୍ଥିତ ରେ ଉଦଘାଟିତ ହେଲା।ଅତିଥି ମାନଙ୍କୁ ପୁଷ୍ପମାଲ୍ୟ, ପ୍ରଦୀପପ୍ରଜ୍ଵଳନ ପୂର୍ବକ ବେଦ ମନ୍ତ୍ର ର ପ୍ରତିଧ୍ଵନି ରେ ଉକ୍ତ ଉଦଘାଟନ ଉତ୍ସବ ମୁଖରିତ ହୋଇଥିଲା । ସୂତ୍ରଧର ଭାବେ କାର୍ଯ୍ୟକ୍ରମ କୁ ପଣ୍ଡିତ ଡ଼ଃ ସିଧେସ୍ୱର ପଣ୍ଡା, ପରିଚାଳନା କରିଥିଲେ।କମ୍ପାନୀ ର ମୁଖ୍ୟ ଶ୍ରୀଯୁକ୍ତ ସରୋଜକୁମାର ପାତ୍ର ମହୋଦୟ ଉପସ୍ଥିତି ଗ୍ରାହକମାନଙ୍କୁ ସୌଖିନର ଗୁଣବତ୍ତାକୁ ଦେଖି ପରଖି କିଣିବାକୁ ପରାମର୍ଶ ଦେଇଥିଲେ।ପରିଶେଷରେ ଜାତଧରିଷ୍ଟିଲର ଭାବି ଉତ୍ତରାଧିକାରୀ ଆକାଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.