ଜଗତସିଂହପୁର,ତା-୧୩.୧୦.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ବାଲିକୁଦା ମେଡିକାଲ ରୋଡସ୍ଥିତ ଜଳସମ୍ପଦ ବିଭାଗର କାର୍ଯ୍ୟାଳୟ ଅନିୟମିତତାରେ ଚାଲିଛି। ଇଛା ଅନୁସାରେ ଅଫିସ ଆସୁଛନ୍ତି କର୍ମଚାରୀ। ଫଳରେ ପାନୀୟଜଳ ଯୋଗାଣ ସମସ୍ୟା ନେଇ ଲୋକେ ଆପତ୍ତି ଅଭିଯୋଗ କରିବାକୁ ଗଲେ କାହା ଦେଖା ପାଆନ୍ତି ନାହିଁ। ଜଳଯୋଗାଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିଲେ ମଧ୍ୟ ଲୋକେ କର୍ମଚାରୀଙ୍କ ଦେଖାପାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଲୋକେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିବାକୁ ଚାର୍ହିଲେ ମଧ୍ୟ ଦେଖାପାଆନ୍ତି ନାହିଁ। ସେ ମଧ୍ୟ ଠିକ ଅଫିସ୍ ଆସୁନାହାନ୍ତି ବୋଲି ଖବର ସାମ୍ନା କୁ ଆସିଛି ଉକ୍ତ କାର୍ଯ୍ୟାଳୟର ମୁଖ୍ୟ ଠିକ୍ ଭାବେ ଆସୁ ନ ଥିବାରୁ ଇଛାଅନୁସାରେ ଚାଲିଛି ଅଫିସ। ଫିଲ୍ଡ଼ କାମରେ ବାହାରକୁ ଯିବାକୁ ପଡ଼ୁ ଥିବାରୁ ଅଫିସ ଆସି ହେଉନାହିଁ ବୋଲି କେତେଜଣ କର୍ମଚାରୀ ବାହାନା କରୁଛନ୍ତି। ଏହି ଅଫିସର ସିସି ଟିଭି କେମେରା ଦୀର୍ଘମାସ ହେବ ବନ୍ଦ ହୋଇ ପଡିଛି। ଫଳରେ ଅନିୟମିତତା, ନିୟମିତ ଅଫିସ ନ ଆସିବାକୁ ଏହା ସୁଯୋଗ ସୃଷ୍ଟି କରୁଛି। ଏହା କେମିତି ଖରାପ ହେଲା, ଯଦି ଖରାପ ହେଲା ମରାମତି କଣ ପାଇଁ ହେଉ ନାହିଁ କି ଜାଣିଶୁଣି କି ବନ୍ଦ କରାଯାଇଛି ତାହା ତଦନ୍ତ କଲେ ପ୍ରକୃତ ରହସ୍ୟ ଜଣାପଡ଼ିବ।କିନ୍ତୁ ଜଳସମ୍ପଦ ବିଭାଗର ଅଧିକାରୀ ବହୁବାର ଅନୁପସ୍ଥିତ ରହୁଥିବା ଜଣାପଡିଛି। ଫଳରେ ବିଭାଗୀୟ ଏସ୍ଡିଓ ଉପସ୍ଥିତ ହୋଇ କାମ ଚଳାଇ ଦେଉଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଉକ୍ତ ଅଫିସରେ ବିଭିନ୍ନ ପ୍ରକଳ୍ପ ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବାରୁ ଉକ୍ତ କାର୍ଯ୍ୟ ପାଇଁ ଠିକାଦାରଙ୍କଠାରୁ ମୋଟାଅଙ୍କର ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ଫଳରେ ସାଧାରଣ ଲୋକଙ୍କ ବିଭିନ୍ନ ସମୟରେ ଅସୁବିଧା ହେଉଥିବା ବେଳେ ବର୍ତ୍ତମାନ ବ୍ଳକ ର କେତେକ ପ୍ରକଳ୍ପ କାମ ଚାଲିଥିବା ବେଳେ କେତେକ ଅଚଳ ହୋଇପଡିଛି। ଏ ସମ୍ପର୍କରେ ବାଲିକୁଦା ଜଳସମ୍ପଦ ବିଭାଗ r ନିର୍ବାହୀ ଯନ୍ତ୍ରୀ ଏହି ବିଷୟ ରେ ବହୁବାର ଯୋଗାଯୋଗ କରିବାକୁ ଚାହିଁଥିଲେ ସୁଦ୍ଧା ଅଫିସ ରେ ତାଲା ଝୁଲୁଛି l
Sign in
Sign in
Recover your password.
A password will be e-mailed to you.
Prev Post