ହିଞ୍ଜିଳି ପୋଲିସ ପକ୍ଷରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0 3

ବହୁ ଛାତ୍ର ଛାତ୍ରୀ ଜାଣିନଥିବା ଅଭିଯୋଗ

ହିଞ୍ଜିଳିକାଟୁ ୧୩/୧୦/୨୩ଶୁକୃବାର ରଜତ ପଟ୍ଟନାୟକ ଙ୍କ ରିପୋର୍ଟ୍ ହିଞ୍ଜିଳି ପୋଲିସ ପକ୍ଷରୁ ହିଞ୍ଜିଳିକାଟୁ ସ୍ଵଂୟ ଶାସିତ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଙ୍କ ତତ୍ୟବଧାନ ରେ ଏକ ସାଇବାର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହାର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଅତିରକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜିତ କୁମାର ପୃଷ୍ଟି ଅନ୍ୟ ଅତିଥି ଭାବେ ଆସ୍କା ଉପଖଣ୍ଡ ଅଧିକାରୀ ଉମା ଶଙ୍କର ସିଂ , ହିଞ୍ଜିଳିକାଟୁ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମ ରେ ଅନଲାଇନ୍ ଠକେଇ, ସାଇବର ଠକ ଉପରେ ଛାତ୍ରଛାତ୍ରୀ ଙ୍କୁ ସଚେତନତା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସାଇବର ସଚେତନତା ରଥ କୁ ବହୁତ ଛାତ୍ରଛାତ୍ରୀ ଦେଖିନଥିବା ବା କିଛି ସୂଚନା ପାଇନଥିବା ଅଭିଯୋଗ କରିଛନ୍ତି l ଏହି ଅଭିଯୋଗ କଲେଜ ର ପ୍ରିନ୍ସପାଲ୍ ଶ୍ରୀମତୀ ସ୍ବସ୍ତିକା ପାଢ଼ୀ ଙ୍କୁ ପଚାରିବାରୁ ସେ କହିଛନ୍ତି ଯଦି କିଛି ପିଲା ଜାଣିନାହାନ୍ତି ଦୂତୀୟ ଥର ସଚେତନ ରଥ ଡାକି ସଚେତନ କରିଦେବା l

Leave A Reply

Your email address will not be published.