ନିଖିଳ ଓଡ଼ିଶା ୱାର୍ଡ ସଭ୍ୟ ସଂଘ,କୁଚିଣ୍ଡା ଉପଖଣ୍ଡ ଶାଖା ପକ୍ଷରୁ ଗଣ ଧାରଣା ଓ ପାଞ୍ଚ ଦଫା ଦାବି

0 3

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ ସମ୍ମୁଖରେ ଆଜି ନିଖିଳ ଓଡ଼ିଶା ୱାର୍ଡ ସଭ୍ୟ ସଂଘ,କୁଚିଣ୍ଡା ଉପଖଣ୍ଡ ଶାଖା ପକ୍ଷରୁ ପାଞ୍ଚ ଦଫା ଦାବି ନେଇ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ସଭ୍ୟ ମାନଙ୍କ ମାସିକ ପରିତୋଷିକକୁ ପାଞ୍ଚ ହଜାର ଟଙ୍କା କରିବା,ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ୱାର୍ଡ ସଭ୍ୟ,ସଭ୍ୟମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟଳୟ ସ୍ଥାପନ,ପ୍ରତ୍ୟେକ ୱାର୍ଡ ସଭ୍ୟ ତାଙ୍କ କାର୍ଯ୍ୟକାଳ ଭିତରେ ଗୋଟିଏ ଗୃହ ନିର୍ମାଣ ପାଇଁ ଯୋଗାଇଦେବା, ପଲ୍ଲୀସଭା ,ଗ୍ରାମ ସଭାର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ତଥା ଡ୍ରେସ୍ କୋର୍ଡ ପ୍ରଚଳନ ଆଦି ଦାବୀ କରାଯାଇଛି । ସଂଘର ଉପଖଣ୍ଡ ଶାଖା ସଭାପତି ତଥା ରାଜ୍ୟ ଆବାହକ ସରୋଜ ମେହେର, ଉପଦେଷ୍ଟା ସୁବାସ ଚନ୍ଦ୍ର ନାୟକ,ଉପଖଣ୍ଡ ଶାଖା ର ଉପସଭାପତି ରିଙ୍କି ବେହେରା, ସମ୍ପାଦକ ଗୋପୀ ବରିହା,ସହ ସମ୍ପାଦକ ସୁଦର୍ସନୀ ତାଣ୍ଡିଆ, ଜମନକିରା ବ୍ଲକ ସଭାପତି ସୁଦର୍ଶନ ବାଗ,ବାମରା ବ୍ଲକ ସଭାପତି ଦିଲ୍ଲୀପ ଜୟପୁରିଆ,କୁଚିଣ୍ଡା ବ୍ଲକ ସଭାପତି କିଶୋରୀ କିସାନ ପ୍ରମୁଖଙ୍କ ନେତୃତ୍ୱରେ ତିନି ଘଣ୍ଟା ଗଣ ଧାରଣା ପରେ ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଧାରଣା ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ ।ଗଣ ଧାରଣାସ୍ଥଳରେ ଉପଦେଷ୍ଟା ଶ୍ରୀ ନାୟକ ଙ୍କ ସହ ଅନ୍ୟ କର୍ମକର୍ତ୍ତା ଗଣ ଉଦବୋଧନ ଦେଇ ଗ୍ରାମ୍ୟ ସ୍ବରାଜ ପ୍ରତିଷ୍ଠା ପାଇଁ ପଞ୍ଚାୟତ ରାଜ ଅନୁଷ୍ଠାନକୁ ସଶକ୍ତ କରିବା ପାଇଁ ସରକାର ପାଞ୍ଚ ଦଫା ଦାବି ପୂରଣ ନବୀନକରିବାକୁ ଆହ୍ବାନ ଦେଇଥିଲେ ।ଦାବିପୂରଣ ନହେଲେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ହେବ ବୋଲି ଘୋଷଣା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜମନକିରା ବ୍ଲକ ସମ୍ପାଦକ ନବୀନ ମୁଣ୍ଡା,ବାମରା ବ୍ଲକ ସମ୍ପାଦକ ଇସାନ୍ ବୁଡ,କୁଚିଣ୍ଡା ବ୍ଲକ ଉପ ସଭାପତି ଦିନ ବନ୍ଧୁ ନାଏକ,ସମ୍ପାଦକ ଧନମତି ରୋହିଦାସ,ସହ ସମ୍ପାଦକ ଲାଲିନ୍ଦ୍ର ଅଦା ଓ କୋଷାଧ୍ୟକ୍ଷ ନୟିନି ସୋହେଲା, କିଶୋର ଚନ୍ଦ୍ର ଦେବ,ରେବତୀ କୁସୁମ,ମଞ୍ଜରୀ ମୁଣ୍ଡା,କୌଶଲ୍ୟା ବାଘ,ଗଣେଶ୍ୱର କିସାନ ପ୍ରମୁଖ ଗଣ ଧାରଣାକୁ ପରିଚଳନା କରିଥିଲେ ।

Leave A Reply

Your email address will not be published.