ବାଲେଶ୍ବର, ସିମୁଳିଆ, ମଇତାପୁର(ଅକ୍ଷୟ କୁମାର ଜେନା):- ସମବାୟ ସମିତି ରେ ଅଡିଟର ଭାବେ ନିଜ ଦାୟିତ୍ଵ ସୁଚାରୁ ରୁପେ ତୁଲାଇ ବେଶ ନା କରିଥିବା ହରିହର ମହାପାତ୍ର ଆଉ ନାହାନ୍ତି ଏ ଇହ ଧାମ ରେ। ନିଜ ଜନ୍ମ ମାଟି ମ ଇ ତା ପୁର ରେ ଜନ୍ମିତ ହରିହର ମହାପାତ୍ର ମୃତ୍ୟୁ ବେଳକୁ ବାୟନବେ ବର୍ଷ ରେ ପଦାର୍ପଣ କରିଥିଲେ। ଅବସର ପରେ ଓ ପୂର୍ବରୁ ଅନେକ ସମୟ ଗାଁ ସହିତ ଜଡିତ ରହି ଲୋକ ମାନଙ୍କ ସୁଖ ଦୁଃଖ ରେ ସାମିଲ ହେବା ସହ। କଟକ ରେ ଯଦି କୌଣସି କୋର୍ଟ କଚେରୀ ମେଡିକାଲ କାମ ପଡେ ଅଂଚଳ ବାସି ଙ୍କୁ ଭରପୂର୍ ସାହାଯ୍ୟ କରନ୍ତି ଏହି ମହାନ୍ ଆତ୍ମା ଜଣକ। ତିନି ପୁଅ ଗୋଟିଏ ଝିଅ ଉଚ୍ଚ ଖ୍ୟାତି ସଂପନ୍ନ ହୋଇଥିବା ବେଳେ ବଡ ପୁଅ ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ସାଙ୍ଗକୁ ମଝିଆ ପୁଅ ଜଣେ ହାଇକୋର୍ଟ ଓକିଲ ସଙ୍ଗେ ସଙ୍ଗେ ସାନ ପୁଅ ଜଣେ ଖ୍ୟାତି ସଂପନ୍ନ ଠିକାଦାର ମଧ୍ୟ। ଝିଅ ଜଣେ ଓକିଲ ଙ୍କୁ ବିବାହ କରି ଥିବା ବେଳେ ସମସ୍ତେ କଟକ ର ଏକ ପ୍ରକାର ବାସିନ୍ଦା। ନାତି ନାତୁଣୀ ଙ୍କ ଗହଣ ରେ ବାର୍ଦ୍ଧକ୍ୟ କଟୁଥିବା ବେଳେ ପାଇଖାନା ରେ ଗୋଡ଼ ଖସିଯିବାରୁ ପଡ଼ିଯିବା ସହ ଧୀରେ ଧୀରେ ରୋଗା କ୍ରାନ୍ତ ହୋଇ ଅକ୍ଟୋବର ଏଗାର ତାରିଖ ବୁଧ ବାର ରେ ଦେହ ତ୍ୟାଗ କରିଥିଲେ। କଟକ ରେ ଶେଷ କୃତ୍ୟ ସଂପନ୍ନ ହେବା ସହ ଅନେକ ଗ୍ରାମବାସି ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଦେଇ ଥିଲେ। ଗାଁ ପ୍ରତି ଥିବା ପ୍ରୀତି ଯୋଗୁଁ ମ ଇ ତା ପୁର ଦେଶ ମେଲଣ କମିଟି ରେ ସଭାପତି ଭାବେ କୋଡ଼ିଏ ବର୍ଷ ଧରି କାର୍ଯ୍ୟ ରତ ଥିବା ବେଳେ। ଦେବୋତ୍ତର ବିଭାଗ କୁ ଦେଶ ମେଲଣ ହସ୍ତାନ୍ତର ହେଲା ପରେ ସେ ଶ୍ରୀ ଶ୍ରୀ ରାଧା କାନ୍ତ ଜିଉ ଦେଶ ମେଲଣ ଟ୍ରଷ୍ଟ ର ମେନେଜିଂ ଟ୍ରଷ୍ଟି ଭାବରେ ଦୁଇ ହଜାର ବାର ରୁ ଏଯାବତ କାର୍ଯ୍ୟ ଭାର ତୁଲାଇ ଆସୁଥିଲେ। ଶ୍ରୀ ମହାପାତ୍ର ଙ୍କ ବିୟୋଗ ରେ ଉଭୟ କଟକ ଏବଂ ନିଜ ବାସସ୍ଥାନ ମ ଇ ତା ପୁର ରେ ଏକ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା ଏହି ପରୋଉପକାରୀ ବ୍ୟକ୍ତି ଙ୍କ ବିୟୋଗ ରେ ସମସ୍ତେ ଦୁଃଖ ପ୍ରକାଶ କରିଥଲେ।
Sign in
Sign in
Recover your password.
A password will be e-mailed to you.