ବାସୁଦେବପୁର – ଦେଖିବାକୁ ମିଳିଛି ବିଶାଳ ଜନସମାଗମ, କର୍ମୀ ଙ୍କ ମନରେ ପ୍ରବଳ ଉତ୍କଣ୍ଠା | ପ୍ରବଳ ଗରମ ଓ ଖରା ସତ୍ୱେ ଗୁରୁବାର ଦେଖିବାକୁ ମିଳିଛି ବାସୁଦେବପୁର ରେ ବିଜେଡ଼ି ର ବିଶାଳ ଜନସମାଗମ। ଯାଦବ ପଡିଆ ରୁ ଏକ ସଭା କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ବ୍ଲକ୍ ସଭାପତି ଦିନ ବନ୍ଧୁ ଦାସ ଙ୍କ ସଭାପତିତ୍ବ ରେ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍,ଜିଲ୍ଲା ସମ୍ପାଦକ ଭାଗିରଥି ବଳ, ପ୍ରଫୁଲ୍ଲ ବିଶ୍ଵାଳ, ଅସିତ୍ ଦାସ, ଶୁଭେନ୍ଦୁ ବେହେରା,ମାନସ ସାହୁ, ଶ୍ୟାମ ସୁନ୍ଦର ମହାନ୍ତି, ରଶ୍ମିତା ନାୟକ, କାଳନ୍ଦୀ ସାହୁ, ଚିନ୍ମୟ ବାରିକ୍ ପ୍ରମୁଖ ନବୀନ ପଟ୍ଟନାୟକ ସରକାର ଙ୍କ ବିକାସ ମୁଖି କାର୍ଯ୍ୟ ଓ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଙ୍କ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଓ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ପରେ ଏକ ଶୋଭାଯାତ୍ରା ବାହାରି ସ୍ଥାନୀୟ ନୀଳ ମଣି ଟାଉନ ହଲ ବାସୁଦେବପୁର ଯାଏଁ ଆସିଥିଲା। ପ୍ରବଳ ଗରମ ଓ ଖରା ସତ୍ୱେ ବି ବିଶାଳ ଜନସମାଗମ ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.