ଚିଲିକା ବିଜୁ ଜନତା ଦଳର ଜନସମ୍ପର୍କ ପଦ ଯାତ୍ରା l

0 2

ବାଲୁଗାଁ:(ସେକ୍ କୌସର):ଚିଲିକା ନିର୍ବାଚନ ମଣ୍ଡଳୀ ଚିଲିକା ବ୍ଲକ, ୦୬ ନମ୍ବର ଜୋନ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜୁ ଜନତା ଦଳର ଜନ ସମ୍ପ୍ରକ ପଦ ଯାତ୍ରା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଙ୍କ ନେତୁର୍ତ୍ୟରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ପଦ ଯାତ୍ରା ରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପା ଅଧ୍ୟକ୍ଷ ଗୋପୀନାଥ ମହାରଣା ସାଂସଦ ପ୍ରତିନିଧି ମାନସ ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ପୂର୍ବତନ କୁମାରଙ୍ଗ ସରପଞ୍ଚ ତଥା ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ପ୍ରଧାନ, ଯୁବ ସଂଗଠକ ସନ୍ତୋଷ ପାଇକରାୟ, ଯୁବ ବିଜେଡି ସାଧାରଣ ସଂପାଦକ କୁମାର ଜଗତବଲବ ମହରଥା, ସମାଜସେବୀ ସଙ୍କର୍ ପାଇକରାୟ,ଓ ବାଣପୁର ଯୁବ ସଭାପତି କୈଳାଶ ମହାପାତ୍ର, ସମେତ ବିଜେଡି ସଂଗଠନର ନେତା ଓ ନେତ୍ରୀ ଏବଂ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ମାନେ ଉତ୍ସାହର ସହିତ ପଦ ଯାତ୍ରାରେ ଯୋଗଦେଇଥିଲେl ପ୍ରଥମେ ଉତରାଣି ଛକ୍ ଠାରୁ ଆରମ୍ଭ କରି ବାଲୁଗାଁ ବଜାର ମଧ୍ୟ ଦେଇ ଶ୍ରୀ ଶ୍ରୀ ଉମାମହେଶ୍ୱର୍ ମନ୍ଦିର ପର୍ଯ୍ୟନ୍ତ ଏହି ପଦ ଯାତ୍ରା ଚାଲିଥିଲା।

ଓଡିଶା ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସବୁ ଯୋଜନା ସାମିଲ ହୋଇଛି ଏଥିରୁ କେହିବି ବଞ୍ଚିତ ନହୁଅନ୍ତୁ ଏବଂ ସରକାର ଙ୍କ ହାତ ମୁଠି ଟାଣ କରିବା ସହିତ ଷଷ୍ଠ ଥର ପାଇଁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ଜିତାଇ ବା ସ୍ବପ୍ନ କୁ ସାକାର କରିବା ନିମନ୍ତେ ସଂଗଠକ ମାନେ ଦିନ ରାତି ଏକ କରି ସଂଗଠନ ସୃଦୁଢ କରିବା କୁ ଆହ୍ୱାନ ଦେଇଥିଲେ l

Leave A Reply

Your email address will not be published.