ଆକସ୍ମିକ ଅଗ୍ନିକାଣ୍ଡ ରେ ୨ ଦୋକାନ ଭସ୍ମୀଭୂତ: ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ।

0 3

ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସହରର ପୂରୁଣା ବସଷ୍ଟାଣ୍ଡ ନିକଟରେ ଗତ କାଲି ବିଳମ୍ବିତ ରାତ୍ରିରେ ଅଗ୍ନି କାଣ୍ଡ ଘଟି୨ ଟି ଦୋକାନ ପୋଡି ପାଉଁଶ ହୋଇଥିବା ଜଣାପଡିଛି। ବ୍ୟବସାୟୀ ସୁବୁଦ୍ଧି ସଂଜୀବା ଏବଂ ସୁବୁଦ୍ଧି ହାରି ଗୁପ୍ତା ଙ୍କ ଦୋକାନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଯୋଗୁଁ ଦୁଇ ବ୍ୟବସାୟୀଙ୍କ ଦୋକାନର ସମସ୍ତ ଜିନିଷ ଜଳି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।ପାଖାପାଖି ୧୦ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ନେଇ ଦୁଇ ବ୍ୟବସାୟୀ ପ୍ରକାଶ କରିଛନ୍ତି। ଖବର ପାଇ ଭୋର୍ ୪ ଘଣ୍ଟା ସମୟରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିବା ବେଳେ ପାଖ ଦୋକାନ ଗୁଡିକ ଅଳ୍ପକେ ବର୍ତ୍ତି ଯାଇଛି। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ୱଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସଟ ସ୍କର୍କିଟ ଯୋଗୁଁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Leave A Reply

Your email address will not be published.