ବ୍ଳକ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ

0 2

ଗାଇସିଲେଟ/ମନ ଡନସନା – ବ୍ଲକ ସ୍ତରୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ପ୍ରଥମ ମାସିକ ସମ୍ମିଳନୀ ପିପିପି ହାଇସ୍କୁଲ ବରିହାପୁଖାପାଣି ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବ୍ଳକର ସମସ୍ତ ୨୩ ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଳକ ଶିକ୍ଷା ଅଧିକାରୀ ରାମଲାଲ ବରିହା ଓ ସରକାରୀ ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ତଥା ସାଧନ କର୍ମୀ ଅନୀଲ କୁମାର ବେହେରା ଉଦଘାଟନ କରିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ମିତ୍ରଭାନୁ କଚ୍ଛପ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ବର୍ତ୍ତମାନ ପାଇଁ ପ୍ରଚଳିତ ବିଭିନ୍ନ ବିଦ୍ୟାଳୟ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ପ୍ରଧାନ ଶିକ୍ଷକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏବିଇଓ ନେହେରୁ ଦାଶ ସମ୍ମିଳନୀର ଆବଶ୍ୟକତା ଓ ଉଦ୍ଦେଶ୍ୟ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ।ଏହି କର୍ମଶାଳାରେ ମୋହନ ରଣା ଓ ରମେଶ କୁମାର ସାହୁ ଅନ୍ୟତମ ସାଧନ କର୍ମୀ ଭାବେ ଯୋଗଦାନ କରି ବିଭିନ୍ନ କ୍ଳବ୍ ଗଠନ ଓ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପ୍ରଚଳିତ ବିଭିନ୍ନ ମୂଲ୍ୟାୟନ ବିଷୟରେ ଆଲୋକପାତ କରିଥିଲେ। ସମସ୍ତ ପ୍ରଧାନ ଶିକ୍ଷକ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆୟୋଜକ ହାଇସ୍କୁଲର ସ୍ମାର୍ଟ କ୍ଳାସ୍ ,ଇ ଲାଇବ୍ରେରୀ, ବିଜ୍ଞାନାଗାର , ପାଇଖାନା, ପାନୀୟ ଜଳ ଆଦି ପରିଦର୍ଶନ କରି ନିଜ ନିଜ ମତ ଓ ମନ୍ତବ୍ୟ ପ୍ରଦାନ କରିଥିଲେ। ଆୟୋଜକ ହାଇସ୍କୁଲ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.