ମୁଣ୍ଡାରୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ପାଇଁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ

0 3

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୱରେ ମୁଣ୍ଡା ସମାଜର ଏକ ପ୍ରତିନିଧି ମଣ୍ଡଳ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍. ବାଲକ୍ରୀଷ୍ଣନଙ୍କ ସହିତ ଅନୁସୂଚିତ ଜାତି ତଥା ଅନୁସୂଚିତ ଜନଜାତି କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପା ରୋସନ ସାହୁଙ୍କ ଉପସ୍ଥିତିରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ । ରାଜ୍ୟ ସରକାର ଏ ବାବଦରେ ଖୁବ୍ଶୀଘ୍ର ସକାରାତ୍ମକ ପଦକ୍ଷେପ ନେବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅବସରରେ ଭାରତ ମୁଣ୍ଡା ସମାଜର ସଭାପତି ଶ୍ରୀ ରବୀନ୍ଦ୍ରନାଥ ସିଂ, ମୁଣ୍ଡାରୀ ସମାଜ ସାଓ୍ୱାଁର ଜାମଡ଼ା, ବିର୍ସାମୁଣ୍ଡା ମେମୋରିଆଲ କଲଚର ଫାଉଣ୍ଡେସନର ଉପଦେଷ୍ଟା ଶ୍ରୀ ପୂର୍ଣ୍ଣଚନ୍ଦ୍ର ସିଂ, ଶ୍ରୀ ନନ୍ଦଲାଲ ସିଂ, ଶିବପ୍ରସାଦ ସିଂ, ସନ୍ତୋଷ କୁମାର ସିଂ, ରାଜେନ୍ଦ୍ରନାଥ ସିଂ, ଶବରନ୍ ସିଂ, ଡ ମହେନ୍ଦ୍ର ସିଂ, ବଳରାମ ସିଂ, ରୋହିଆ ସିଂ, ଅରୁଣ ସିଂ, ଜେନାପ୍ରସାଦ ସିଂ, ତପନ ସିଂ, ଭାରତୀ ସିଂ ଓ ମଞ୍ଜୁଲତା ସିଂଙ୍କ ସମେତ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟର ମୁଣ୍ଡା ସମାଜର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.