ଝାରବନ୍ଧ-ମନୋହର ଦାଶ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଲଖମରା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ହୋଇଥିଲା।ଅଧ୍ୟକ୍ଷ ବିଜୟ କୁମାର ମିଶ୍ର ପ୍ରାରମ୍ଭିକ ସୁଚନା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଉପ ଖଣ୍ତ ପୋଲିସ ଅଧିକାରୀ ବିଭୁତି ଭୁଷଣ ଭୋଇ ଯୋଗଦାନ କରି ଛାତ୍ର ଛାତ୍ରୀଙ୍କ ସହ ସାଇବର କ୍ରାଇମ ସଂପର୍କରେ ଆଲୋଚନା କରିଥିଲେ।ଜିଲ୍ଲା ସାଇବର ସେଲର ମଙ୍ଗଳ କିସ୍କୋ ସାଇବର ଠକେଇ,ମୋବାଇଲ ପରିଚାଲନା ,ଚାକିରୀ କ୍ଷେତ୍ରରେ ଠକାମୀର ଶୀକାର ଓ ତାର ସତର୍କତା ସଂପର୍କରେ ବିଷଦ ଭାବରେ ବୁଝାଇଥିଲେ।ଜଗଦଲପୁର ଥାନା ଅଧିକାରୀ ବିପିନ ବାଗ,ପଦ୍ମପୁର ଆଦର୍ଶ ଥାନା ଏଏସଆଇ ଶରତ ପ୍ରଧାନ,ଜଗଦଲପୁର ଏଏସଆଇ ଜଗବନ୍ଧୁ ନାୟକ, ଶାନ୍ତନୁ ନାୟକ,ସବଡିଭିନଜାଲ ସାମ୍ବାଦିକ ସଂଘର ସଂପାଦକ ରମେଶ ବାରିକ,ଅଭୟ ରଣା ମଞ୍ଚାସୀନ ଅତିଥି ଥିଲେ।ହରିଶ ଦାଶ ଗୀତ ମାଧ୍ୟମରେ ସଚେତନ ସୃଷ୍ଟି କରିଥିଲେ। କରୁଣାକର ପ୍ରଧାନ ସହଯୋଗ କରିଥିଲେ। ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଲଖମରା ଓ ଜଗଦଲପୁର ଉଚ୍ଚ ବିଦ୍ୟାଳୟ ଠାରେ ସଚେତନ ସଭା କରାଯାଇଥିଲା। ସାଇବର ସଚେତନ ସଂପର୍କିତ କୁଇଜ ଓ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା।ଏସଡିପିଓ ଶ୍ରୀ ଭୋଇ ମହାବିଦ୍ୟାଳୟର ଛାତ୍ରୀ ଦିବ୍ୟାରାଣୀ ଡନସନା ଓ ଦେବରାଜଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post