ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ୮/୧୦: ଦିର୍ଘ ଦିନ ବ୍ୟବଧାନ ପରେ ପୁଣି ଆନ୍ଦୋଳନ ର ଦାନା ବାନ୍ଧୁଛି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ମଧ୍ୟରେ l ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଗୋଟିଏ ମାତ୍ର ଦାବି ଗ୍ରେଡ ପେ ୪୨୦୦/- ପାଇଁ ଓଡିଶା ଅମଲା ସଂଘ, ଓଡିଶା ରାଜସ୍ୱ ଅମଲା ସଂଘ, ଓଡିଶା treasure ଅମଲା ସଂଘ ଏବଂ ଓଡ଼ିଶା ନିବନ୍ଧକ ଅମଲା ସଂଘ ଙ୍କୁ ନେଇ ମିଳିତ ମଞ୍ଚ ଗଠନ କରି ଆନ୍ଦୋଳନ ଜାରି ରଖିଛନ୍ତି l ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିରିଶ ଗୋଟି ଜିଲ୍ଲାପାଳଙ୍କ ଜରିଆରେ ଗୋଟିଏ ମାତ୍ର ଦାବି ୪୨୦୦/- ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ତାପରେ ମେ ମାସ ୧ ତାରିଖ ଦିନ ରାଜ୍ୟ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ଦାବି ପୂରଣ ନ ହେବାରୁ ସଙ୍ଘ ର ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ୨୦୨୩ ମେ ମାସ ୨୨ ତାରିଖ ଠାରୁ ୨୦୨୩ ମେ ମାସ ୩୧ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିଥିଲେ l ୩୧ ମେ ସୁଦ୍ଧା କୌଣସି ଦାବି ପୂରଣ ନ ହେବାରୁ ୧ ଜୁନ ୨୦୨୩ ଠାରୁ ୧୭ ଜୁନ ୨୦୨୩ ପର୍ଯ୍ୟନ୍ତ ସମୁହ ଛୁଟି ରେ ଥିଲେ l ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ସହ ବ୍ୟାପକ ଆଲୋଚନା ବିମର୍ଷ ଏବଂ ନିର୍ଭର ପ୍ରତିଶ୍ରୁତି ଦେବାପରେ ୨୦୨୩ ଜୁନ ୧୮ ତାରିଖରେ ମିଳିତ ଅମଲା ମଞ୍ଚ ର ଆନ୍ଦୋଳନ ସ୍ଥଗିତ ଥିଲା l
ଦୀର୍ଘଦିନ ବ୍ୟବଧାନ ପରେ ମଧ୍ୟ ମଞ୍ଚ ର ଏକ ମାତ୍ର ଦାବି ୪୨୦୦/- ପୂରଣ କରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ , ଜିଲ୍ଲା ଶାଖା ନବରଙ୍ଗପୁର ପକ୍ଷରୁ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ଜିଲ୍ଲା ସ୍ତରୀୟ ଅମଲା ଙ୍କ ଗୋଟିଏ ମାତ୍ର ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଉଦାସୀନତା କୁ ଉପସ୍ଥିତ ଥିବା ସମସ୍ତ ସଭ୍ଯ ସଭ୍ୟା ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ସ୍ଥଗିତ ରଖାଯାଇଥିବା ଆନ୍ଦୋଳନ କୁ ପୁନର୍ବାର ଆରମ୍ଭ କରିବା ପାଇଁ ରାଜ୍ୟ ସଂଘ ଉପରେ ଚାପ ସୃଷ୍ଟି କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆବାହକ ଏମ ବାଲାକ୍ରିଷ୍ଣା, ଦିଲୀପ କୁମାର ଆଚାର୍ଯ୍ୟ, ବଳି ଭତ୍ରା, ବିଦ୍ୟାଜନ ପଟ୍ଟନାୟକ, ସ୍ପନ୍ଦନ ରାଉତ, ପଦଲାମ ଭତ୍ରା, ଆଶୁତୋଷ ମହାନ୍ତି, ବାଳକୃଷ୍ଣ ମିଶ୍ର, ନୀଳମାଧବ ରଥ, ୟାସାର ଅଲ୍ଲୀ, ରାମଚନ୍ଦ୍ର ରଘୁ ମଣ୍ଡଳ, ଧନୁର୍ଯୟ ମାଝୀ, ରାଜେନ୍ଦ୍ର ନାଥ ହନୁ ଦୁଲାରି, ସୁଶାନ୍ତ ନାୟକ, ଶ୍ରୀକାନ୍ତ ଶତପଥୀ, ସୀତାରାମ ବେହେରା , ଦେବାଶିଷ ସୁଆର, ନୀଳାଚଳ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ
Sign in
Sign in
Recover your password.
A password will be e-mailed to you.
Prev Post