ଜେଏସପି ଫାଉଣ୍ଡେସନ ତାର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ମିଶନ ଜିରୋ ହଙ୍ଗର’ କୁ ବ୍ୟାପକ କରିବାକୁ ଘୋଷଣା କଲା ଯୋଜନା ।
ଫାଉଣ୍ଡେସନ ଲୋଡିଲା ସାମାଜିକ ସହାୟତା ଓ ସହଯୋଗ ।
ଭୁବନେଶ୍ୱର: ଏକ କ୍ଷୁଧାମୁକ୍ତ ଭାରତ ଗଠନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ସଂଗଠନ ଜେଏସପି ଫାଉଣ୍ଡେସନ ଦୃଢ ସଂକଳ୍ପବଦ୍ଧ । ଏହି କ୍ରମରେ ଜେଏସପିର ସମ୍ମାନୀୟ ଅଧକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ କ୍ଷୁଧାମୁକ୍ତ ଭାରତ ଲକ୍ଷକୁ ହାସଲ କରିବା ପାଇଁ ଫାଉଣ୍ଡେସନ ତାର ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ‘ମିଶନ ଜିରୋ ହଙ୍ଗର’କୁ ବ୍ୟାପକ ଓ ଲୋକାଭିମୁଖୀ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଜିନ୍ଦଲ କ୍ଷୁଧାମୁକ୍ତ ଦେଶ ଗଠନ ଉଦେଶ୍ୟରେ, ଲୋକ ସଭାରେ ଏକ ବେସରକାରୀ ବିଧେୟକ ଉପସ୍ଥାପାନା କରିଥିଲେ ।
ଜେଏସପି ଫାଉଣ୍ଡେସନର ସମ୍ମାନୀୟା ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ୱରେ ପ୍ରତିବର୍ଷ ସାରା ଭାରତରେ ୫୦ ଲକ୍ଷରୁ ଅଧିକ ଖାଦ୍ୟ ବଣ୍ଟନ କରାଯାଉଛି ଏବଂ ପ୍ରତିବର୍ଷ ଏହାକୁ ୧ କୋଟିରେ ପହଞ୍ଚାଇବାର ମହତ ଲକ୍ଷ୍ୟ ରଖାଯାଇଛି ।
ଏହି ଯୋଜନା ଗରିବ ଏବଂ ସାମାଜିକ ଭାବରେ ଦୁର୍ବଳ ସମୁଦାୟ, ପୁଷ୍ଟିହୀନ ଶିଶୁ, ଗର୍ଭବତୀ ଏବଂ ରକ୍ତହୀନ ମହିଳା, ପ୍ରବାସୀ ଶ୍ରମିକ ଏବଂ ଅନ୍ୟାନ୍ୟ ଅବହେଳିତ ଗୋଷ୍ଠୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ଏବଂ ମୌଳିକ ପୋଷଣ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରେ ଏବଂ ସମଗ୍ର ଭାରତରେ ଗରିବ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ଏବଂ ଶୁଖିଲା ରାସନ ଯୋଗାଇବାରେ ସହାୟକ ହୋଇଛି ।
ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ଏବଂ ଧୀରେ ଧୀରେ ଭାରତର କୋଣ ଅନୁକୋଣରେ କ୍ଷୁଧା ଓ କୁପୋଷଣ ଦୂର କରିବା ପାଇଁ ମିଶନ ଜିରୋ ହଙ୍ଗର ଯୋଜନା କାର୍ଯ୍ୟକାରୀ କରିବାକୁ ଶ୍ରୀମତୀ ଜିନ୍ଦଲ ଆଗ୍ରହ ପ୍ରକାଶ କରିଛନ୍ତି। ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ପୁରୀ, ଜଗତସିଂହପୁର, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ, ଏବଂ ଛତିଶଗଡ଼ର କିଛି ଜିଲ୍ଲା ଯଥା ରାୟପୁର, ରାଜନନ୍ଦଗାଓଁ ଓ ଦୁର୍ଗ ଏବଂ ଝାଡ଼ଖଣ୍ଡର ରାମଗଡ଼ ଓ ରାଞ୍ଚି ଜିଲ୍ଲାକୁ ଲକ୍ଷ୍ୟ କରି ଜେଏସପି ଫାଉଣ୍ଡେସନ୍ ଏହାର ସମ୍ପ୍ରସାରଣ ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛି।
ଏହି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ କରିବା ପାଇଁ ଜେଏସପି ଫାଉଣ୍ଡେସନ ସକ୍ରିୟ ଭାବରେ ସମଭାବାପନ୍ନ ଏନଜିଓ, ବୃତ୍ତିଗତ ଏଜେନ୍ସି, ନାଗରିକ ସମାଜ ଗୁଡିକର ସହଯୋଗ ଓ ସହାୟତା ଚାହୁଁଛି, ଯେଉଁମାନେ ତୃଣମୂଳ ସ୍ତରରୁ କ୍ଷୁଧା ଦୂର କରିବାର ଲକ୍ଷରେ କାମ କରୁଛନ୍ତି ଏବଂ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଅଂଶୀଦାର ହେବାର ଯୋଗ୍ୟତା ରଖିଛନ୍ତି ।
ଜେଏସପି ଫାଉଣ୍ଡେସନ ଅଭାବୀ ଏବଂ ନିରାଶ୍ରୟଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଅଂଶୀଦାରମାନଙ୍କ ର ସାମର୍ଥ୍ୟ, ପ୍ରଶିକ୍ଷିତ ମାନବ ସମ୍ବଳ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଏକ ପରୋପକାର ଓ ଦୟାଳୁ ମନଭାବ ଉପରେ ଗୁରୁତ୍ୱାରୋପ କରେ ।
ଇଛୁକ ଏଜେନ୍ସିଗୁଡ଼ିକୁ [email protected] ଇମେଲ୍ ମାଧ୍ୟମରେ ଫାଉଣ୍ଡେସନ ସହ ଯୋଗାଯୋଗ କରି କିମ୍ବା www.jspfoundation.co.in ଫାଉଣ୍ଡେସନର ୱେବସାଇଟକୁ ଯାଇ ସହଯୋଗ ଅର୍ଥେ ଯୋଗାଯୋଗ କରିବାକୁ ଆମନ୍ତ୍ରଣ କରାଯାଇଛି। ଜେଏସପି ଫାଉଣ୍ଡେସନର ୱେବସାଇଟରେ ଆରଏଫ୍ପି (ରିକ୍ୱେଷ୍ଟ ଫର ପ୍ରପୋଜଲ) ଆପ୍ଲିକେସନର ଫର୍ମାଟ ସହିତ ଅପଲୋଡ୍ କରାଯାଇଛି ।
—