ବାଣପୁର:(ସେକ୍ କୌସର)ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ କୃତିବାସ ଭବନରେ ବିଜୁ ଯୁବ ଛାତ୍ରଜନତାଦଳର ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି ।ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏଥିରେ ୧୧୫ ରୁ ଉର୍ଦ୍ଧ ଇଉନିଟି ରକ୍ତ ସଂଗ୍ରହ କରିଯାଇଥିବା ଜଣାପଡିଛି ।ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଯୁବକ ମାନେ ତୁମେ ରକ୍ତଦାନ କର ଯେପରି ମୋ ଓଡ଼ିଶାର କେହି ରକ୍ତର ଅଭାବରେ ମୃତ୍ଯୁବରଣ କରିବେ ନାହିଁ ଓ ବାହାନଗା ରେଳ ଦୃଘଟଣାରେ ସ୍ଥାନିୟ ଯୁବକ ମାନଙ୍କ କାର୍ଯ୍ୟକଳାପ ଉପରେ ଉପାଧ୍ୟକ୍ଷ ବକ୍ତବ୍ଯ ରଖିଥିଲେ ।କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସାସଂଦ ପ୍ରତିନିଧି ମାନସ ପ୍ରଧାନ,ପୂର୍ବତନ କୁମାରଙ୍ଗ ସରପଞ୍ଚ ମନୋଜ ପ୍ରଧାନ,କୁମାର ଜଗ୍ଗତବଲଭ ମହାରଥା,ବାଣପୁର ବ୍ଲକ ଯୁବ ସଭାପତି କୈଳାସ ମହାପାତ୍ର , ରଣଜିତ ବେହେରା ନିଲେଶ ବରାଳ, ବେବିନା ତ୍ରିପାଠୀ, କବିତା ମହାପାତ୍ର, ଅଜୟ ରାଉଳ, ଚିତ୍ତରଂଜନ ସାମନ୍ତରାୟ, ଅକ୍ଷୟ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ସବଡ଼ିଭିଜିନାଲ ହସ୍ପିଟାଲର ରକ୍ତ ସଂଗ୍ରହ ଅଧିକାରୀ ଡକ୍ଟର ଗୋବିନ୍ଦଚନ୍ଦ୍ର ମହାପତ୍ରଙ୍କ ସହଯୋଗ କ୍ରମେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ଅଂଶ କରିଥିଲେ । ଏହା ଦିବା ୧୦ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଦିନ ଓ୨ ଘଣ୍ଟିକା ପର୍ଯ୍ୟନ୍ତ ରକ୍ତଦାନ ଚାଲୁ ରହିଥିଲା ।
Sign in
Sign in
Recover your password.
A password will be e-mailed to you.