ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନାରେ ନୂତନ ଆଇ ଆଇ ସି ଭାବେ ଶ୍ରୀ ବିପିନ ବାଗ ଯୋଗ ଦେଇଛନ୍ତି l ପୂର୍ବ ଆଇ ଆଇ ସି ଶ୍ରୀମତୀ ସୁଷମା କୁଅଁର ଙ୍କ କୋରାପୁଟ ଜିଲ୍ଲାକୁ ବଦଳି ପରେ ଏହି ପଦବି ଖାଲି ଥିଲା l ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଶ୍ରୀ ବାଗ ଙ୍କୁ ଜଗଦଳପୁର ଥାନା ଦାୟିତ୍ୱ ଦେଇଛନ୍ତି l ଏଥି ପୂର୍ବରୁ ବୁଡେନ ଥାନା ରେ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ l ଜଗଦଳପୁର ଥାନା ରେ ନୂତନ ଭାବେ ଯୋଗଦାନ କରିଥିବା ଆଇ ଆଇ ସି ଶ୍ରୀ ବାଗ ଙ୍କୁ ଥାନା ର କର୍ମଚାରୀ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ l
ଜଗଦଳପୁର ଥାନା ସୀମାନ୍ତବର୍ତୀ ଛତିଶଗଡ଼ ଅଞ୍ଚଳ ହୋଇଥିବାରୁ ପେଟ୍ରୋଲିଂ କଡା କଡି କରିବାକୁ ତଥା ଆଇନ ଶୃଙ୍ଖଳା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆ ଯିବା ସହ ଲୋକଙ୍କୁ ଉଚିତ ନ୍ୟାୟ ଦେବ ପାଇଁ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ଶ୍ରୀ ବାଗ କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post