ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତରେ ବିଜେଡ଼ିର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପ୍ରଥମେ ନୁଆଁ ଉଢୁରା ଏବଂ ପରେ ପୁରୁଣା ଉଢୁରାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା I ନୂଆଁ ଉଢୁରା ଠାରେ ବଡ଼ ବୋର୍ସିଂଗ୍ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ରଙ୍କ ପରିଚାଳନାରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର କିପରି ସଫଳ ରୂପାୟନ ହୋଇପାରିବ ,ଏନେଇ ବ୍ଳକ୍ ର ପ୍ରତି ଘରେ ବାର୍ତ୍ତା ପହଞ୍ଚାଇବା ପାଇଁ ଉଦବୋଧନ ଦେଇଥିଲେ I କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗା ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୂର୍ଗାମାଧବ ନାୟକ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ଜିଲ୍ଳାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ସ୍ୱାଇଁ,ସରପଞ୍ଚ ବିଷ୍ଣୁ ସେଠୀ, ସମିତିସଭ୍ୟ ସୁଧାଂଶୁ ଶେଖର ପୋଲାଇ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ, ଗୋବରା ସମିତିସଭ୍ୟ ବିଭୂପାଦ ଜେନା,47 ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉଢୁରା ପଂଚାୟତ ବିଜେଡ଼ି ସଭାପତି ସନ୍ତୋଷ ଜେନା, ନାଏବ ସରପଞ୍ଚ,ସବୀନା ନାୟକ, ଯୁବନେତା ପଞ୍ଚାନନ ସାମଲ୍, ବାବୁ ସ୍ୱାଇଁ, ଶରତ ସ୍ୱାଇଁ, ପୂର୍ବତନ ସମିତିସଭ୍ୟ ତୁଷାର ବିଷୋୟୀଙ୍କ ସମେତ ବେଲଗୁଣ୍ଠା ବ୍ଳକ୍ ରୁ ଆସିଥିବା ବହୁ ସରପଞ୍ଚ,ସମିତିସଭ୍ୟ ଏବଂ ଶତାଧିକ ଦଳୀୟକର୍ମୀ ଯୋଗଦେଇଥିଲେ I
Sign in
Sign in
Recover your password.
A password will be e-mailed to you.
Next Post