ଆତ୍ମବିଶ୍ୱାସ ବଢାଉଛି “ମୋ ସ୍କୁଲ’ର “ପ୍ରେରଣା’ କାର୍ଯ୍ୟକ୍ରମ

0

“ମୋ ସ୍କୁଲ’ ୟୁଟ୍ୟୁବ ଚ୍ୟାନେଲରେ ସଫଳତାର ମାର୍ଗ ଦେଖାଉଛନ୍ତି ସଫଳ ବ୍ୟକ୍ତିତ୍ୱ

ଭୁବନେଶ୍ୱର :ଜୀବନରେ ସଫଳତାର ପାହାଚ ଚଢ଼ି ସମାଜରେ ପ୍ରତିଷ୍ଠିତ ହୋଇଥିବା ବ୍ୟକ୍ତିବିଶେଷ ବଖାଣୁଛନ୍ତି ନିଜ ଅଭିଜ୍ଞତା ଆଉ ସଫଳ ଜୀବନର କାହାଣୀା ଛାତ୍ରଛାତ୍ରୀଙ୍କୁ ଦେଖାଉଛନ୍ତି ନୂଆ ସ୍ୱପ୍ନ ଓ ସେହି ସ୍ୱପ୍ନକୁ ସାକାର କରିବାର ବାଟା ପାଠ ସହ ଜୀବନର ପ୍ରତିଟି କ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ପିଲାମାନଙ୍କୁ ଦେଉଛନ୍ତି ବିଭିନ୍ନ ପରାମର୍ଶା ଏଭଳି ଅଭିନବ ଚିନ୍ତାଧାରାକୁ ନେଇ “ମୋ ସ୍କୁଲ ଅଭିଯାନ’ ପକ୍ଷରୁ ଗତ ସେପେଫମ୍ବର ୫ରୁ ଆରମ୍ଭ ହୋଇଥିବା ପ୍ରେରଣାଦାୟୀ କାର୍ଯ୍ୟକ୍ରମ “ପ୍ରେରଣା’ ଏବେ ପିଲାମାନଙ୍କୁ ବେଶ୍ ଉତ୍ସାହିତ କରୁଛିିା
ସରକାରୀ ବିଦ୍ୟାଳୟରେ ପାଠ ପଢ଼ି ସମାଜରେ ବିଭିନ୍ନସ୍ତରରେ ଶ୍ରେଷ୍ଠତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ସଂଘର୍ଷ ଓ ସଫଳତାର କାହାଣୀ କହି, ପିଲାମାନଙ୍କ ସ୍ୱପ୍ନକୁ ଇନ୍ଧନ ଯୋଗାଉଛନ୍ତିା ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନୂଆ ଆଗ୍ରହ, ନୂଆ ଉଦ୍ଦୀପନା ସହ ଆଗକୁ ବଢ଼ିବାକୁ ପ୍ରେରିତ କରୁଛିା “ମୋ ସ୍କୁଲ’ର ୟୁଟ୍ୟୁବ ଚ୍ୟାନେଲ ଏହି କାର୍ଯ୍ୟକ୍ରମ ମାସକୁ ଦୁଇଥର ପ୍ରସାରତି ହେଉଛିା ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ନିଜର ମୂଲ୍ୟବାନ ସମୟ ଦେଇ ପିଲାମାନଙ୍କୁ ୧୦ରୁ ୧୫ ମିନିଟ୍ ପ୍ରେରଣାଦାୟୀ ବକ୍ତବ୍ୟ ଦେଉଛନ୍ତିା ପ୍ରଥମ ଅଧ୍ୟାୟରେ ଇସ୍ରୋର ମହାକାଶ ବିଜ୍ଞାନୀ ଶ୍ରୀ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ଅତିଥି ଭାବରେ ଯୋଗଦେଇ ନିଜ ଜୀବନ ଯାତ୍ରା ଓ ସଫଳତାର କଥା କହିଥିଲୋ ବିଜ୍ଞାନ ପ୍ରତି ପିଲାମାନଙ୍କୁ ଉତ୍ସାହିତ କରିବା ଦିଗରେ ଅଭିଭାବକମାନଙ୍କୁ ଉପଦେଶ ଦେଇଥିଲୋ ସେହିପରି ଦ୍ୱିତୀୟ ଅଧ୍ୟାୟରେ ଦେଖିବାକୁ ମିଳିଥିଲା ସଫଳ ଅଭିନେତା, ରାଜନେତା ତଥା ରାଜ୍ୟ ସରକାରଙ୍କ “ମୋ କଲେଜ’ର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକଙ୍କୁା ଛାତ୍ରଛାତ୍ରୀମାନେ କିଭଳି ନିଜକୁ ଗଢ଼ିବେ, କେଉଁ ଦିଗକୁ ଯିବେ, କେମିତି ଜଣେ ସଫଳ ବ୍ୟକ୍ତିତ୍ୱ ଭାବେ ସମାଜରେ ପ୍ରତିଷ୍ଠା ଲାଭ କରିପାରିବେ ସେସବୁ ସମ୍ପର୍କରେ ସେ ଅନେକ ପରାମର୍ଶ ଦେଇଥିଲୋ
ତେବେ ନିକଟରେ “ମୋ ସ୍କୁଲ’ ୟୁଟ୍ୟୁବ ଚ୍ୟାନେଲରେ “ପ୍ରେରଣା’ର ତୃତୀୟ ଅଧ୍ୟାୟ ଉପଲବ୍ଧ ହୋଇଛି, ଯେଉଁଥିରେ ଅତିଥି ଭାବରେ ଦେଖିବାକୁ ମିଳିଛି ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଡ. ଅରୁଣା ମହାନ୍ତିଙ୍କୁା କଳା ଜଗତ ପ୍ରତି ଆଗ୍ରହୀ ଥିବା କୁନି ପ୍ରତିଭାମାନଙ୍କ ପାଇଁ ଏହା ବିଶେଷ ଫଳପ୍ରଦ ହେବା ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ପ୍ରତିଭା ବିକାଶର ଆବଶ୍ୟକତା ରହିଛିା ତେବେ ଆଗାମୀ ଦିନରେ ଏହି “ପ୍ରେରଣା’ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରୁ ଅନେକ ସଫଳ ବ୍ୟକ୍ତିତ୍ୱ ଯୋଗଦେଇ ପିଲାମାନଙ୍କ ଅତ୍ମବିଶ୍ୱାସ ବଢ଼ାଇବା ସହ ଉତ୍ସାହିତ କରିବୋ

Leave A Reply

Your email address will not be published.