ସାରା ସମାଜର ବୋଝକୁ ଚାଷୀ ମାନେହିଁ ବୋହିଥାନ୍ତି 

0

 

ପାରମ୍ପରିକ ଚାଷ ପ୍ରଣାଳୀ  ସହ ବୈଷୟିକ ଜ୍ଞାନର ଊପଯୋଗ କୃଷିକୁ  ଅଧିକ ସକ୍ରିୟ କରିବ: ଜିଲ୍ଲାପାଳ 

ଯାଜପୁର/jayshankar dash  : ପାରମ୍ପରିକ ଚାଷ ପ୍ରଣାଳୀ ସହ ବୈଷୟିକ ଜ୍ଞାନର ଊପଯୋଗ ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର କୃଷିକୁ ଅଧିକ ସମୃଦ୍ଧ କରିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ କୃଷି ଓ କୃଷକ ସଂପର୍କିତ ଏକ ଆଲୋଚନା ଚକ୍ର ଏବଂ ସପଂଳ ମହିଳା ଚାଷୀଙ୍କୁ ମୋବାଇଲ ପୋଂନ ବିତରଣ ଊସôବ ଅନୁଷ୍ଠିତ  ହୋଇଥିଲା । ଜିଲ୍ଲା ମହୋତ୍ସବ  ଯଯାତିର ଅଂଶ ସ୍ୱରୂପ ଏହି କାର୍ଯ୍ୟକୁ ଯାଜପୁର ନିୟନ୍ତ୍ରିତ ବଜାର କମିଟି ଓ କୃଷି ବିଭାଗ ଆୟୋଜନ କରିଥିଲେ ।  ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓ ଊସôବକୁ ଊଦ୍ଘାଟନ କରି ଜିଲ୍ଲାପାଳ ଶ୍ରୀ ଦାସ ସାରା ସମାଜର ବୋଝକୁ ଚାଷୀ ମାନେହିଁ ବୋହିଥାନ୍ତି ବୋଲି କହିଥିଲେ ।  ଚାଷୀ ଓ ଚାଷରେ ଅନେକ ସମସ୍ୟା ।  ତେବେ ସୁଡଙ୍ଗ ଶେଷରେ ଆଲୋକ ଅପେକ୍ଷା କରିବା ପରି ଚାଷୀ ମାନଙ୍କର ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସମସ୍ତ ସହଯୋଗ ଦେଇଚାଲିବ  ବୋଲି କହିଥିଲେ ।  କୃଷକ ସମାଜର ମେରୁଦଣ୍ଡ ।  ନୂଆ ନୂଆ ଜ୍ଞାନ କୈାଶଳ ଓ ବୈଷୟିକ ଜ୍ଞାନକୁ ଚାଷୀମାନେ ଗ୍ରହଣ କରିବା ସହ କୃଷି ବୈଜ୍ଞାନିକ ଓ ଅଧିକାରୀ ମାନେ ଚାଷୀ ମାନଙ୍କୁ ସଚେତନ କରାଇବାକୁ ସେ ଆହ୍ୱାନ ଦେଇଥିଲେ ।  ଯେଊଁ ମୋବାଇଲ ଗୁଡିକ ପ୍ରଦାନ କରାଯାଊଚ୍ଥି ତାହା ମାଧ୍ୟମରେ ମଧ୍ୟ ବିଭିନ୍ନ କୃଷି ସୂଚନା, ପାଣିପାଗ ସୂଚନା, ବୈଷୟିକ ତଥ୍ୟର ଆଦାନ ପ୍ରଦାନ ଓ ସମସ୍ୟାର ସମାଧାନ ଦିଗରେ ସହାୟକ ହୋଇପାରିବ ।  ଅନ୍ୟ ରାଜ୍ୟର କୃଷକ ମାନେ ଯେପରି ଊନ୍ନତ ଜ୍ଞାନ କୈାଶଳ ଯୋଗୁଁ ସପଂଳ ହୋଇଚ୍ଥନ୍ତି, ଚେଷ୍ଟା ଓ ନିଷ୍ଠା ଦ୍ୱାରା ଆମେ ମଧ୍ୟ ସେହିପରି ସପଂଳ  ହୋଇପାରିବା ବୋଲି ଶ୍ରୀ ଦାସ ମତ ଦେଇଥିଲେ ।  ଉପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ କୃଷି, କୃଷକ ଓ ସମାଜ ଗୋଟିଏ ସୂତ୍ରରେ ବନ୍ଧା ବୋଲି ମତ ଦେଇ କୈାଣସି ସମସ୍ୟା ଚିରସ୍ଥାୟୀ ନୁହେଁ ବରଂ ତାହାର ସମାଧାନ ପାଇଁ ଆମେ ପ୍ରତ୍ୟେକ ନିରନ୍ତର ଚେଷ୍ଟା କରିବା ବୋଲି ମତ  ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ  ବ୍ରଜବନ୍ଧୁ ଭୋଳ ଏଥିରେ ଅଧ୍ୟକ୍ଷତା କରି କୃଷକ ମାନଙ୍କ ସହ ସରକାର ଓ ପ୍ରଶାସନ ରହିଚ୍ଥି ।  ତେଣୁ କୃଷକର ଯେ କୈାଣସି ସମସ୍ୟାକୁ ପ୍ରଶାସନ କୃଷି ଅଧିକାରୀ ମାନଙ୍କ ଦୃଷ୍ଟିକୁ ଆଣି ତାହାର ସମାଧାନ ପାଇଁ ଊଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ କୃଷି ଉପନିର୍ଦ୍ଦେଶକ  ବିଜୟ ଭୂଷଣ ନାୟକ, ଏ.ଆର୍ .ସି.ଏସ୍.  ଗୋଷ୍ଠୀ ବିହାରୀ ଦାସ, ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,  ଏସ୍.ଏ.ଆର୍ .ସି.ଏସ୍. ଶରତ ଚନ୍ଦ୍ର ମଲ୍ଲିକ, ବଜାର ନିୟନ୍ତ୍ରଣ କମିଟି ସଂପାଦକ ରମେଶ ଚନ୍ଦ୍ର ସ୍ୱାଇଁ, ଊଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ   ଲୋକନାଥ ଜେନା, ପି.ପି.ଓ. ଶ୍ରୀଧର ଦାସ ପ୍ରମୁଖ କୃଷି ଓ କୃଷକର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।  ବିଶେଷଜ୍ଞ ମାନେ ବିଭିନ୍ନ ସମସ୍ୟା, ଉତ୍ପାଦନ  ବୃଦ୍ଧି, ପଂସଲ ସୁରକ୍ଷା ଇତ୍ୟାଦି ସଂପର୍କରେ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।  ଅତିଥି ମାନେ ୩୯୭ ଜଣ ସପଂଳ ମହିଳା ଚାଷୀଙ୍କୁ ମୋବାଇଲ ବଣ୍ଟନ କରିଥିଲେ ।  ଏହି କାର୍ଯ୍ୟରେ କୃଷି, ଊଦ୍ୟାନ କୃଷି, ସମବାୟ, ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ଓ ବିଭିନ୍ନ ଅଂଚଳର କୃଷକ ମାନେ ଯୋଗ ଦେଇଥିଲେ ।  

 

Leave A Reply

Your email address will not be published.