ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଲୋକକଳା ଗ୍ରାମ ଭାବରେ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ର ପୁଇଁନ୍ତଳା ଗ୍ରାମ ଘୋଷିତ ହେବା ପରେ ବଢିଛି ଗ୍ରାମର କଳାକାର ମାନଙ୍କ ଉତ୍ସାହ।ଆଜି ପବିତ୍ର ଗାନ୍ଧିଜୟନ୍ତୀ ଅବସରରେ ଲୋକକଳା ଗ୍ରାମର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ବଲାଙ୍ଗୀର ର ମିଳିତ ଆୟୋଜନରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ଉଦ୍ଦେଶ୍ୟରେ କୀର୍ତ୍ତନ ଦଳ ସହ ବଲାଙ୍ଗିର ର ଜୟଦେବ କଳା ସଂସଦ ର କଳାକାର ମାନେ ଗାଁରେ ପରିକ୍ରମା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଞ୍ଜନ ମିଶ୍ର ଙ୍କ ପରିଚାଳନାରେ ଜିଲ୍ଲା ପରିଷଦ ସଦସ୍ଯ କୁମରମଣି ସେଠ,ପୁଇଁନ୍ତଳା ସରପଞ୍ଚ ଦେବକୀ ସେଠ,ସମିତି ସଭ୍ଯ ଶୁଭଶ୍ରୀ ଗରୁଡ,ସଂସ୍କୃତି ଗବେଷକ ନିଳାଞ୍ଚଳନନ୍ଦ,
ଆତ୍ମା ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ ଜ୍ୟୋତିଷ ମୁଗ୍ରୀ, ବ୍ଲକ କଳାସଂସ୍କୃତି ସଂଘ ଉପସଭାପତି ତରଣୀସେନ ଦୀପ,ବ୍ଲକ କଳାସଂସ୍କୃତି ସଂଘ
ସଦସ୍ଯ ପଦାର୍ଥ ନନ୍ଦ ଅତିଥି ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପୁଇଁନ୍ତଳା ବ୍ଲକ କାର୍ଯ୍ୟାଳୟ ପରିସରରେ ସଭା ସହ ଜୟଦେବ କଳା ସଂସଦ ର କଳାକାର ମାନଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post