ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିଷ୍ଠା ଦିବସ ସମାରୋହ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ଉତ୍କଳ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ନିରଞ୍ଜନ ପୂଜାରୀ,ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି,ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ରାଜ୍ୟ ସଭାପତି ଉତ୍କଳ ସାମ୍ବାଦିକ ସଂଘ ବିଭୁତି ଭୂଷଣ କରଙ୍କ ସମେତ ଉପସ୍ଥିତ ଥିବା ଅନ୍ୟ ଅତିଥିମାନଙ୍କ ଠାରୁ ଏହି ପୁରସ୍କାର ରାଶି ଗ୍ରହଣ କରିଥିଲେ ।ବାଲିକୁଦା ଏରସମାର ଯୁବ ସମାଜସେବୀ ସଂଜୀବ ଏସ ବିଶ୍ୱାଳଙ୍କୁ ତାଙ୍କର ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ଯେଉଁମାନେ ଯୋଗଦାନ ଦେଇ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେହି ସାମ୍ବାଦିକମାନେ ହେଉଛନ୍ତି ମନୋଜ କୁମାର ଦାଶ, ସୁମନ୍ତ କୁମାର ଦାସ,ରାଧାକାନ୍ତ ମିଶ୍ର,ନିରଞ୍ଜନ ବାରିକ,ମାନସ କୁମାର କାନୁନଗୋ, ଆଶୁତୋଷ ବେହେରା, ରାମଚନ୍ଦ୍ର ମହାନ୍ତି, ରମାକାନ୍ତ ପରିଡା ଦୀପ୍ତି ମହାନ୍ତି, ସୋମନାଥ ପରିଡା, ସଂଗ୍ରାମ କିଶୋର ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Leave A Reply

Your email address will not be published.