ବଲାଙ୍ଗୀର ଅଠର ନମ୍ବର ଓ୍ବାର୍ଡ ରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ଦେଶ ସାରା ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଆଜି ସକାଳ ଦଶଟା ସମୟ ରେ ତୁଲସୀ ନଗର ସ୍ଥିତ ସାର୍କିଟ ହାଉସ ଠାରୁ ରୁଗୁଡିପଡା ଛକ ପର୍ଯ୍ୟନ୍ତ ଇତ୍ୟାଦି ସ୍ଥାନରେ ଥିବା ମଇଳା ଆବର୍ଜନା ଗୁଡ଼ିକୁ ସଫା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଓ୍ବାର୍ଡ ଅଫିସର୍ ଆର୍ତ୍ତତ୍ରାଣ ସାହୁ, ରିଜର୍ଭ ଇନିସପେକ୍ଟର ପ୍ରଦିପ୍ତ କୁମାର ଦେବତା, ଅଠର ନମ୍ବର ଓ୍ବାର୍ଡ କାଉନସିଲର ଗଙ୍ଗାଧର ଚାନ୍ଦ, ଅଙ୍ଗନବାଡି କର୍ମୀ, ପୋଲିସ ସିପାହୀ ଏବଂ ଅଗ୍ନିସମ ପୋଲିସ ଉପସ୍ଥିତ ରହି ଶ୍ରମ ଦାନ କରିଥିଲେ ।ସ୍ୱଚ୍ଛ ଭାରତ ଅଭିଯାନକୁ ନିୟମିତ ଭାବେ କାର୍ଯ୍ୟକାରି କରାଯିବ ବୋଲି ଉପସ୍ଥିତ ସମସ୍ତେ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.