ଚିଲିକା/ଖୋର୍ଦ୍ଧା:(ସେକ୍ କୌସର) ଖୋର୍ଦ୍ଧା ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡି ଛକ ଠାରେ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ପଛକୁ ପିଟିଲା ରିଲାଏନ୍ସ ବସ। ଅଳ୍ପକେ ବର୍ତ୍ତିଲେ ୪୦ଜଣ ଯାତ୍ରୀ। ଏଥିରେ ୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଛନ୍ତି। ହେଲପର ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ନାଚୁଣି ପୋଲିସ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଛି।
ମାଲକାନାଗିରିରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ରିଲାଏନ୍ସ ବସ୍ ଏକ ଟ୍ରକକୁ ଓଭରଟେକ କରି ଆଗକୁ ଯାଉଥିବା ବେଳେ ହଠାତ ବରଡି ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଛି। ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। କିନ୍ତୁ ବସର ହେଲ୍ପର ଗୁରୁତର ଆହାତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ଅନ୍ୟ ଏକ ବସରେ ଛାଡିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post