ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଯାହାର ବାପାମାଆ ନାହାନ୍ତି ତାହାର ସମସ୍ତେ ଅଛନ୍ତି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ବଡ଼ପଦା ଅଞ୍ଚଳର ମାତୃପିତୃହୀନ ଏକ ଝିଅ ଯିଏକି କିଛିଦିନ ତଳେ ଶିଶୁଯତ୍ନ ଅନୁଷ୍ଠାନ, ପାରଳାଖେମୁଣ୍ଡିରେ ରହି ବଢ଼ୁଥିଲା କିନ୍ତୁ ୧୮ ବର୍ଷ ପରେ ଶିଶୁ ମଙ୍ଗଳ ସମିତି , ଗଜପତି ଝିଅଟିକୁ ତାହାର ବଡ଼ବାପା , ବଡ଼ମାଆ କୁ ହସ୍ତାନ୍ତର କରିଥିଲେ। କିନ୍ତୁ ପ୍ରଶାସନ ନିଜ ଦାୟିତ୍ବ ସେତିକିରେ ସାରିନଥିଲା ଝିଅଟି ତାହାର ଭବିଷ୍ୟତରେ କିପରି ସବୁକିଛି ପାଇବ ସେହି ଅନୁସନ୍ଧାନରେ କାର୍ଯ୍ୟ ଜାରି ରଖିଥିଲା।
ଗତକାଲି ଝିଅଟିର ବାହାଘର ସେମାନଙ୍କର ଜାତି ଏବଂ ଗୋତ୍ର ହିସାବରେ ସେହି ଅଞ୍ଚଳର ଗୋଟିଏ ପୁଅ ସହିତ ବାହାଘର ହୋଇଛି। ଝିଅଟିକୁ ୧୯ ବର୍ଷ ହୋଇଥିଲା ବେଳେ ବର୍ତ୍ତମାନ ସେ ବି.ଏ ପାଠ ପଢ଼ୁଛି। ସେହିପରି ପୁଅଟି ବି.ଏ ପାଠ ପଢ଼ା ସାରି ସ୍ବାସ୍ଥ୍ୟ ବିଭାଗରେ ସେକ୍ୟୁରିଟି ଗାର୍ଡ ହିସାବରେ କାର୍ଯ୍ୟରତ ଅଛି।
ଏହି ବାହାଘରରେ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତି ସୁମିତ୍ରା ଜେନା ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ ଦେବା ସହ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସାହନ ରାଶି ବାବଦରେ ଟ. ୫୦,୦୦୦ ଙ୍କା ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ମଧ୍ୟ ଯୋଗ ଦେଇଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଶ୍ରୀଯୁକ୍ତ ଡ଼ି.ମଲ୍ଲିକ ପୁରା କାର୍ଯ୍ୟକ୍ରମରେ ରହି ଆୟୋଜକ ମାନଙ୍କୁ ସହଯୋଗ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଝିଅର ସମ୍ପର୍କିୟ ବଡ଼ବାପା ଓ ବଡ଼ମାଆ , ମାଉସୀ ଏବଂ ପିଉସୀ ଯୋଗ ଦେଇଥିଲାବେଳେ ପୁଅଘରର ସମସ୍ତେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post