ରାଉରକେଲା, (ବସନ୍ତ କୁମାର ଜେନା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତ୍ୟାଗପୁତ ଜୀବନୀ, ଓଡିଆ ଭାଷା ଓ ଓଡିଶା ସଂପର୍କରେ ସଚେତନତା ସୃଷ୍ଟି କରିବା ନିମିତ୍ତ ଓଡିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ସେକ୍ଟର ୫ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଭଞ୍ଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ‘କ’ ବିଭାଗ ୪ର୍ଥ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ‘ସତ୍ୟବାଦୀ ବନ ବିଦ୍ୟାଳୟ ଗଠନରେ ଗୋପବନ୍ଧୁଙ୍କ ଭୂମିକା’ ସଂପର୍କରେ ପ୍ରବନ୍ଧ ପ୍ରତିଯୋଗିତା, ଶ୍ରୁତଲିଖନ ଓ ବନାନ ଶୁଦ୍ଧି,’ ଦୀନବନ୍ଧୁ ଗୋପବନ୍ଧୁ ‘ ସଂପର୍କରେ ବକ୍ତୃତା ପ୍ରତିଯୋଗିତା ଓ ସେହିପରି ‘ଖ’ ବିଭାଗ ୮ମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ପାଇଁ ‘ ସ୍ବତନ୍ତ୍ର ଓଡିଶା ଗଠନରେ ଗୋପବନ୍ଧୁଙ୍କ ଭୂମିକା’ସଂପର୍କରେ ପ୍ରବନ୍ଧ ପ୍ରତିଯୋଗିତା,ଶ୍ରୁତଲିଖନ ଓ ବନାନ ଶୁଦ୍ଧି ପ୍ରତିଯୋଗିତା , ୭ମ ଶ୍ରେଣୀ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଓଡିଶା ସମ୍ବନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା, ବକ୍ତୃତା ରେ ‘ ସତ୍ୟବାଦୀ ବନ ବିଦ୍ୟାଳୟ ବନାମ ଓଡିଆ ବିଶ୍ବବିଦ୍ୟାଳୟ’ ସଂପର୍କରେ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତା ଗୁଡିକରେ ସହରର ବିଭିନ୍ନ ବିଦ୍ୟାଳୟ ଯଥା ସେକ୍ଟର ୧୭ ମଧୁସୂଦନ ଶିକ୍ଷା ନିବାସ,ସେକ୍ଟର ୩ ବାଜିରାଉତ ଶିକ୍ଷା ନିକେତନ,ବିକାଶ ଇଣ୍ଡୋ ଗ୍ଲୋବାଲ୍ ସ୍କୁଲ,ଜଗଦା ସରସ୍ବତୀ ଶିଶୁ ମନ୍ଦିର, ଦିଲ୍ଲୀ ପବ୍ଲିକ୍ ସ୍କୁଲ, ବିଶ୍ରାଡହର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର, ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟ,କୋଏଲ ବିଦ୍ୟାପୀଠ, ହମିରପୁର ର ସେଣ୍ଟ ଯୋଶେଫ,ସେକ୍ଟର ୨୦ ସରକାରୀ ଉଚ୍ଚ ବିଦ୍ୟାଳୟ, ସେକ୍ଟର ୧୮ ଦୀପିକା ଇସ୍ପାତ ଶିକ୍ଷା ସଦନ, ଶକ୍ତିନଗର ଜିବଜ୍ୟୋତି ଶିକ୍ଷା ମନ୍ଦିର, ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପାଞ୍ଚଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ଯେ
କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ଅକ୍ଟୋବର ୯ତାରିଖ ସୋମବାର ଦିନ ସନ୍ଧ୍ୟା ୭ଘଟିକା ସମୟରେ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପୁରସ୍କୃତ କରାଯିବ। ଆଜିର ଏହି ପ୍ରତିଯୋଗିତାକୁ ପରିଚାଳନାରେ ସଭାପତି ଚନ୍ଦ୍ରଶେଖର ଶତପଥୀ, ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଡାକ୍ତର ବସନ୍ତ କୁମାର ଦାସ, ବିଜୟ ପାତ୍ର, ରାଧାକାନ୍ତ ମିଶ୍ର, ବାଉରୀବଂଧୁ ସାହୁ, ଅଟମ ରଥ,ଡଃ ସନାତନ ପ୍ରଧାନ, ପର୍ଶୁରାମ ପଟ୍ଟନାୟକ, ଅର୍ଚ୍ଚନା ମହାନ୍ତି,ଟୁକୁଲା ପାଢୀ, ଜ୍ୟୋତି ରଂଜନ ମହାପାତ୍ର, ରଘୁନନ୍ଦନ ପାଢୀ, ସନ୍ତୋଷ ରଥ, ପଞ୍ଚାନନ ପାତ୍ର,ମନୋଜ ପଣ୍ଡା,କୁଞ୍ଜବିହାରୀ ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ବିଚାରକ ଭାବେ ଅଧ୍ୟାପକ ସର୍ବଶ୍ରୀ ପ୍ରଭାତ କୁମାର ବଳ, ସୁଶାନ୍ତ କୁମାର କିଶାନ, ବୈଦେହୀ ମାଝୀ ଓ କରୁଣାକର ପାଟ୍ଟଶାଣୀ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ।
Sign in
Sign in
Recover your password.
A password will be e-mailed to you.