ବିଜେପି ପକ୍ଷରୁ ଅମୃତ କଳସ ଶୋଭାଯାତ୍ରା ରେ ମାଟି ସଂଗ୍ରହ

0

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ମାହାଙ୍ଗାର ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ନେତୃତ୍ୱରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଅମୃତ କଳସ ଶୋଭାଯାତ୍ରା କରାଯାଇ ଶହ ଶହ ପରିବାରରୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସଦିଚ୍ଛା ସହକାରେ ପବିତ୍ର ମାଟି ସଂଗ୍ରହ କରାଯାଇଛି । ରବିବାର ପୂର୍ବାହ୍ନରେ ଅସୁରେଶ୍ୱର ପଞ୍ଚାୟତ ଦିକ୍ଷିତପଡ଼ା ଗ୍ରାମ କର୍ମବୀର ଗୌରୀଶଙ୍କର ରାୟଙ୍କ ଆରାଧ୍ୟ ଦେବୀ ମା ଭଗବତୀ ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବରିଷ୍ଠ ବିଜେପି ନେତା ପ୍ରଫୁଲ୍ଲ କୁମାର ମହାପାତ୍ର ହାତରେ ଅମୃତ କଳସ ଧରି ଭାରତ ମାତାର ଜୟଗାନ କରାଯିବା ସହ ଭଜନ ସଂକୀର୍ତନ ମାଧ୍ୟମରେ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରି କେଣ୍ଟାଲ ପଂଚାୟତ ମଲ୍ଲୀପୁର ସ୍ଥିତ ରଘୁନାଥଜୀଉ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ଭାରତମାତାର ସହିଦ୍ ମାନଙ୍କର ସ୍ମରଣାର୍ଥେ ପ୍ରଧାନମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ କୌଣସି ରାଜନୈତିକ ବାଛବିଚାର ନକରି ସମସ୍ତେ ଏଥିରେ ସାମିଲ ହେବାକୁ କେନ୍ଦ୍ରାପଡ଼ା ଲୋକସଭାର ପ୍ରାକ୍ତନ ସାଂସଦ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁଚରଣ ଦାସ ଏଥିରେ ଯୋଗଦେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପେନ୍ଦ୍ରନାଥ ପଣ୍ଡା, ମୀନକେତନ ଦାସ, ପ୍ରବୋଧ ଷଢଙ୍ଗୀ, ଅଶୋକ କୁମାର ସିଂ,ବୈକୁଣ୍ଠଚରଣ ସାହୁ, ଆଇନଜୀବୀ ସରୋଜ ସାହୁ, ଜଗବନ୍ଧୁ ସ୍ୱାଇଁ, ପ୍ରସନ୍ନ କୁମାର ମହାପାତ୍ର, ବିଭୂତିଭୂଷଣ ସ୍ୱାଇଁ, ବୈଦନାଥ ବେହେରା, ସୁକାନ୍ତ ଦାସ, ଚୌଧୁରୀ ପ୍ରଶାନ୍ତ ନନ୍ଦ,ସଂଗ୍ରାମ ସ୍ୱାଇଁ,ଅଜୟ ମହାପାତ୍ର, ଦିଲ୍ଲିପ ସ୍ୱାଇଁ, ସୁଜିତ୍ ସିଂ, ଜିସୁ ମଲିକଙ୍କ ସମେତ ବହୁ ବିଜେପି କର୍ମୀ ଓ ଜନସାଧାରଣ ଏଥ୍ôରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.