ଭୁବନେଶ୍ୱର, ସେପ୍ଟେମ୍ବର ୨୩ : ଦ ଇନ୍୍ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍ସିଲ୍ (ଇଆଇଆର୍ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ଏଠାରେ ସମ୍ବର୍ଦ୍ଧିତ କରାଯାଇଛି ।
ଗତ ଅଗଷ୍ଟ ୧୭ ତାରିଖ ଦିନ ସୋଆ ପ୍ରେକ୍ଷାଳୟ ଠାରେ ଆଇସିଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଜାତୀୟ ଚାର୍ଟାଡ ଆକାଉନ୍ଟାଂଟସ୍ ମାନଙ୍କର ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣ ମୁଖ୍ୟ ଅତିଥି ଭାବେ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ପ୍ରଫେସର ନାୟକ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ତେଣୁ ଆଇସିଏଆଇ ପକ୍ଷରୁ କୃତଜ୍ଞତା ପୂର୍ବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ପ୍ରଫେସର (ଡ) ନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
ଆଇସିଏଆଇ ଅନ୍ତର୍ଗତ ଇଆଇଆର୍ସିର ଭୁବନେଶ୍ୱର ଶାଖାର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ସାହୁ, ଉପାଧ୍ୟକ୍ଷ ଶ୍ରୀ ଗଗନ ବିହାରୀ ଦାସ, ସଂପାଦକ ଶ୍ରୀ ମହେନ୍ଦ୍ର କୁମାର ସାହୁ, ବରିଷ୍ଠ ସଦସ୍ୟ ତଥା ସୋଆର ଚାର୍ଟାଡ ଆକାଉନ୍ଟାଂଟ ଶ୍ରୀ ସରୋଜକାନ୍ତ ସାମଲ, ସଦସ୍ୟ ଶ୍ରୀମତି ଜାହ୍ନବୀ ଦେଓ ଓ ଜାତୀୟ ସିଏ ସମ୍ମିଳନୀର ଅର୍ଥନୈତିକ କମିଟିର ସହ-ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ ଜେନା ସୋଆ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଫେସର ନାୟକଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.