ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଡଙ୍ଗାସିଲ ବାଳିକା ସେବାଶ୍ରମ ରେ ସମାଜକୁ ଲଜ୍ଜିତ କଲା ଭଲି ଏକ ଘଟଣା ଘଟିଛି ଯାହାକି ସମାଜକୁ ସର୍ମସାର କରିଦେଇଛି । ସୂଚନା ମୁତାବକ ସେହି ବାଳିକା ସେବାଶ୍ରମ ରେ ୩ୟ ଶ୍ରେଣୀର ପାଠ ପଢୁଥିବା ଗୋଟେ କୋମଳ ମତି ନାବାଳିକାକୁ ଛଦ୍ମନାମ ରୂପା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ସେହି ସ୍କୁଲରେ ଥିବା ପିଅନ ଶିବ ପ୍ରସାଦ ମିଶ୍ର ନାଆଁ ରେ ଉକ୍ତ ନାବାଳିକା ର ମାଁ ଜାନକୀ ଖରା କହିଛନ୍ତି । ସୂଚନା ମୁତାବକ ଉକ୍ତ ନାବାଳିକା ଅପରାହ୍ନ ଖାଇବା ଛୁଟି ରେ ଘରକୁ ଆସି ଖାଇ ପୁଣି ସ୍କୁଲକୁ ଯାଇଥିଲା କିନ୍ତୁ ପିଅନ ଶିବ ଅନ୍ୟ ଏକ ନିଛାଟିଆ ରୁମ୍ ରେ କବାଟ କୁଲି ନେଇ ଥିବା ତାଙ୍କ ମାଁ କହିଛନ୍ତି। ସେବାଶ୍ରମ ଆଗରେ ଗ୍ରାମବାସୀଙ୍କ ଦ୍ଵାରା ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ଯୋଗୁଁ ସେବାଶ୍ରମ ଆଗରେ ପୋଲିସ ମୁତୟନ କରାଯାଇଥିବା ଜଣାପଡ଼ିଛି । ଏ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଶିକେଶନ ବାଘ୍ ଘଟଣାର ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ବେଳେ ଉକ୍ତ ନାବାଳିକାକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିବା ବେଳେ ଚିକିତ୍ସାଳୟରେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.