ଅନାଥ ଶିଶୁକୁ ସାହା ହେଲା ଓଡ଼ିଶା-ମୋ ପରିବାର

0

ରାତି ଅଧରେ ରକ୍ତ ଦେଇ ଜୀବନ ବଞ୍ଚାଇଲେ କନଷ୍ଟେବଳ ଦେବାଶିଷ

ଯେବେ ରକ୍ତ ପାଇଁ ଅସୁବିଧାରେ ପଡ଼ିଥାଏ ଜୀବନ, ସେତେବେଳେ ସଂଜୀବନୀ ସାଜିଥାଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତଗଢା ଓଡ଼ିଶା-ମୋ ପରିବାର, ଜୀବନ ବିନ୍ଦୁ । ସେହିପରି, ଗତକାଲି ପାରଳାଖେମୁଣ୍ଡି ହସ୍ପିଟାଲରେ ରକ୍ତ ପାଇଁ ବିପଦ ମୁହଁରେ ପଡ଼ିଥିଲା ଗୋଟେ ଅନାଥ ଶିଶୁର ଜୀବନ । ଉପଯୁକ୍ତ ସମୟରେ ରକ୍ତ ଯୋଗାଡ଼ କରି ଜୀବନ ବଞ୍ଚାଇଲା ଓଡ଼ିଶା-ମୋ ପରିବାର ।

ଘଟଣାଟି ଏପରି, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଅନାଥ ଶିଶୁ ମାନଙ୍କ ପାଇଁ ଥିବା ଏକ ଚାଇଲ୍ଡ ହୋମ୍ ସା’ ନିଶାନରେ ଅମିତ୍ ରାଇତ ନାମକ ଜଣେ ଦୁଇ ବର୍ଷିୟ ଶିଶୁ ଗତ କିଛିଦିନ ପୂର୍ବରୁ ସିକିଲ ସେଲ ରୋଗରେ ଆକ୍ରାନ୍ତ ହୋଇଥିଲେ । ଗତ ସେପ୍ଟେମ୍ବର ୧୯ତାରିଖରେ, ଶିଶୁଟିର ଦେହ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କୁ ପାରଳାଖେମୁଣ୍ଡି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦେଖିବା ପରେ ଶିଶୁକୁ ସଙ୍ଗେସଙ୍ଗେ ବିରଳ o-ve ରକ୍ତର ଜରୁରୀ ଆବଶ୍ୟକତା ଅଛି ବୋଲି କହିଥିଲେ । ଘଟଣା ସମ୍ପର୍କରେ, ବିଜୁ ଜନତା ଦଳ ଗଜପତି ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀ ଅଜିତ ନାୟକ ଜାଣିବା ପରେ ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଶ୍ରୀମତୀ ଇନ୍ଦିରା ପଟ୍ଟନାୟକଙ୍କୁ ଖବର ଦେଇଥିଲେ । ଶ୍ରୀମତୀ ପଟ୍ଟନାୟକ ତୁରନ୍ତ ହସ୍ପିଟାଲ ଅଭିମୁଖେ ବାହାରି ରକ୍ତ ଯୋଗାଡ଼ କରିବାକୁ ସମସ୍ତ ଚେଷ୍ଟା କରିବା ପରେ ମଧ୍ୟ ଏହି ବିରଳ ରକ୍ତ ଯୋଗାଡ଼ କରି ପାରିନଥିଲେ ଏବଂ ବିଳମ୍ବିତ ରାତି ମଧ୍ୟ ସମସ୍ୟା ଉପୁଜାଇଥିଲା । ଶେଷରେ, କାଳ ବିଳମ୍ବ ନକରି ଶ୍ରୀମତୀ ପଟ୍ଟନାୟକ ତାଙ୍କ ପୁଅ ଯିଏକି ଓଡ଼ିଶା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ, ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କୁ ଘଟଣା ସମ୍ପର୍କରେ କହିବା ପରେ ସେ, ସଙ୍ଗେସଙ୍ଗେ ଛୁଆଟିର ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ବାହାରି ପଡ଼ିଥିଲେ ଏବଂ ଉପଯୁକ୍ତ ସମୟରେ ରକ୍ତ ଦାନ କରି ଶିଶୁଟିର ଜୀବନ ବଞ୍ଚାଇଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ସମାଜରେ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ତାଙ୍କ ମା’ ତାଙ୍କ ପାଇଁ ପ୍ରେରଣା ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

Leave A Reply

Your email address will not be published.