ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଂଜ ଜିଲ୍ଲା ତଥା ତିନି ରାଜ୍ୟର ମିଶ୍ରଣ ସ୍ଥଳୀ ଝାଡ଼ପୋଖରିଆ ର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ଉତ୍ତର ଓଡ଼ିଶା ବିଶ୍ବିଦ୍ୟାଳୟ ର ଦ୍ଵିତୀୟ ସର୍ବ ବୃହତ ଶିକ୍ଷ୍ୟା ଅନୁଷ୍ଠାନ ଗଢି ଉଠିଛି ଝାଡପୋଖରିଆ ଠାରେ । ଏଠାରେ ଇଞ୍ଜିନୟରିଙ୍ଗ୍ କଲେଜ, ଡିପ୍ଲୋମା କଲେଜ୍,ଫାର୍ମାସିଷ୍ଟ କଲେଜ, ଆଇ ଟି ଆଇ କଲେଜ, ଜେନେରାଲ କଲେଜ ଥିବା ସହିତ ଅନେକ କୋଚିଂ ସେଣ୍ଟର୍ ଗଢ଼ି ଉଠିଛି । ଏଠାରେ ହଜାର ହଜାର ଛାତ୍ର ଛାତ୍ରୀ ଯିବା ଆସିବା କରୁଥିବା ଓ ଏହା କଲିକତା ଠାରୁ ବମ୍ବେ ଏଵଂ ଚେନ୍ନାଇ ର ମୂଖ୍ୟ ରାସ୍ତାଓ ୧୮ନ ସଂଯୋଗ ସ୍ଥାନ ହୋଇ ଥିବାରୁ ପ୍ରତ୍ୟେକ ଦିନ ହଜାର ବିଭିନ୍ନ ପ୍ରକାରର ଭାରୀ ଯାନ ଏହି ରାସ୍ତା ଦେଇ ଯାତାୟତ କରି ଥାଏ। ଏହା ତିନି ରାଜ୍ୟର ମିଳନ ସ୍ଥଳୀ ହୋଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରନ୍ତି। ବମ୍ବେ ଛକ (ଝାଡପୋଖରିଆ) ଅଭର ବ୍ରିଜ ଦୀର୍ଘଦିନ ଧରି ଅଧ ପନ୍ତରିଆ ହୋଇ ପଡ଼ି ରହିଥିବା ବେଳେ ଉଭୟ ପାର୍ଶ୍ଵର ରାସ୍ତା ବଡ ବଡ଼ ଖାଲ ଢିପ ହୋଇ ଥିବାରୁ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।ଏହାର ଶିଘ୍ର ସମାଧାନ ନକଲେ ଆଗାମୀ ଦିନରେ ବଡ଼ ଦୁର୍ଘଟଣା ଘଟିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ୧୮ ଓ ୪୯ ନମ୍ୱର୍ ଜାତୀୟ ରାଜପଥ ର ମିଳନ ସ୍ଥଳୀ ରେ ଥିବା ଅର୍ଦ୍ଧନିର୍ମିତ ଓଭର ବ୍ରିଜ ଠାରୁ ମାତ୍ର ପ୍ରାୟ ୧୦୦ ମିଟର ଦୂରରେ ଝାଡପୋଖରିଆ ଟୋଲ ପ୍ଲାଜା ହୋଇ ଥିବା ଏଵଂ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ରାଜସ୍ବ ପାଉଥିବା ବେଳେ ପ୍ରତିମାସରେ ରାସ୍ତାର ମରାମତି ପାଇଁ କେନ୍ଦ୍ର ସରକାର ଙ୍କ ପାଖରୁ ପ୍ରାୟ ୯୦ ଲକ୍ଷ୍ୟ ଟଙ୍କା ଆସୁଥିବା ବେଳେ କାହିଁକି ସଡ଼କ ମରାମତି ହେଉ ନାହିଁ ତାହା ସଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି। ଟୋଲ ଗେଟ୍ ରେ ରାଜସ୍ବ ଆଦାୟ ପାଇଁ ଆରମ୍ଭ କରିବା ରେ ଏତେ ତତ୍ପରତା ଦେଖାଇ ଥିବା ବେଳ ଏବେ ଚୁପ୍ କାହିଁକି । NH କର୍ତୁପକ୍ଷ ଟୋଲ ଗେଟ୍ ଆରମ୍ଭ କରିବାରେ NH PD ଲିଖିତ ପ୍ରତିଶ୍ରୁତି ଜନସାଧାରଣଙ୍କୁ ଦେଇଥିଲା ବେଳେ ଏବେ ଚୁପ୍ କାହିଁକି। ଏହା ସାଧାରଣ ନିରୀହ ଜନତଙ୍କୁ ଭୂୟାଁ ବୁଲାଉ ନାହାନ୍ତି ତ । ତେବେ ଆଗାମୀ ଦିନରେ ଯଥା ଶୀଘ୍ର ଏହର ସମାଧାନ କରା ନ ଗଲେ ସାରସକଣା ଅଂଚଳ ବାସୀ ଆଗମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ସହିତ ରାଜ ରାସ୍ତା କୁ ଓହ୍ଲାଇବେ ବୋଲି କେନ୍ଦ୍ର ଏବଂ ରାଜ୍ୟ ସରକାର ଙ୍କୁ ଉପଯୁକ୍ତ ଜବାବ ଦିଆଯିବ ବୋଲି ଅଞ୍ଚଳ ବାସୀ ଗଣମାଧ୍ୟମ ସମ୍ମୁଖରେ ଅନୁରୋଧ କରିଥିଲେ।
Sign in
Sign in
Recover your password.
A password will be e-mailed to you.