ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ପ୍ରଶାସନ ତରଫରୁ ଗଜପତି ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିର ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ମନୋନୀତ ହୋଇଥିବା କେବଳ ଛାତ୍ରୀ ପ୍ରତିଯୋଗୀ ମାନକୁ ନେଇ ଜିଲ୍ଲା ସ୍ତରୀୟ ଏକ କ୍ରିଡା ପ୍ରତିଯୋଗିତା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ ପ୍ରତିଯୋଗୀଙ୍କୁ କ୍ରୀଡ଼ାରେ ରୁଚି ନେଇ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲେ। ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠି ଙ୍କ ନେତୃତ୍ବରେ ସମସ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀ ତଥା ପିଇଟି ଶିକ୍ଷକମାନେ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମଟି ”ବେଟି ବଚାଓ ବେଟି ପଢାଓ” ଯୋଜନା ଅନ୍ତର୍ଗତ ହୋଇଥିଲାବେଳେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଝିଅ ଜନ୍ମ ହେବାଠାରୁ ଆରମ୍ଭକରି ବଡହେଲା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଦେବା ସହ ସେମାନେ କିପରି ପଢିବେ ଓ ବଢିବେ ଏଥିପ୍ରତି ସମାଜର ସବୁ ସ୍ତରର ଲୋକମାନଙ୍କ କିପରି ଦାୟିତ୍ଵ ରହିବ।
ଏହି ପ୍ରତିଯୋଗିତାରେ ଜିଲ୍ଲାର ୭ ଟି ବ୍ଲକ ରୁ ୧୧୧ଜଣ ପ୍ରତିଯୋଗୀ ଭାଗ ନେଇଥିଲାବେଳେ ସେମାନେ ୪ ଟି ଗୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଯଥା ଲମ୍ବା ଡିଆଁ , ଉଚ୍ଚାଡିଆଁ , ୨୦୦ ମିଟର ଦୌଡ ଓ ୪୦୦ ମିଟର ଦୌଡ। ପ୍ରତିଯୋଗିତା ଶେଷ ପରେ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ ଅନ୍ୟ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.