ଇଣ୍ଡିଆନ ସ୍ୱଚ୍ଛତା ଲିଗ ସହାୟତାରେ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ.

0

.ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଇଣ୍ଡିଆନ ସ୍ୱଚ୍ଛତା ଲିଗ ଦ୍ୱାରା ସମର୍ଥିତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଆୟୋଜିତ ସହରର ବିଭିନ୍ନ୍ନ ୱାର୍ଡ଼ରେ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି I ଏହି ସଫେଇ କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ହେଲା ସହରକୁ ଆବର୍ଜନା ମୁକ୍ତ କରି ଏକ ସୁସ୍ଥ ସମାଜ ଗଢ଼ି ତୋଳିବା I ଆଜିର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମରେ ଏନଏସି ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବିଧାୟକ ଙ୍କ ପ୍ରତିନିଧି ଅନିଲ କୁମାର ଦଳବେହେରା, ବିଭିନ୍ନ ୱାର୍ଡ଼ର କାଉନସିଲର ଦୀପକ କୁମାର ନାୟକ, ମୋନାଲିସା ଦଳବେହେରା, ନନ୍ଦିତା ପ୍ରଧାନ, ଭାରତୀ ବେହେରା, ଲିପିକା ପ୍ରଧାନ, କୁନ୍ତିମା ମଲ୍ଲିକ, ଯାକେଶ ପ୍ରଧାନଙ୍କ ସହ ପରିଷଦର ବରିଷ୍ଠ କିରାଣୀ ସତ୍ୟ ପ୍ରକାଶ ମହାପାତ୍ର, ମୁକ୍ତା ସଂଯୋଜକ ପ୍ରଭାତ ରଞ୍ଜନ ସାହୁ, ଭବାନୀ ପ୍ରସାଦ ବେହେରା, ମୁକେଶ ରଞ୍ଜନ ନାୟକ, କନିଷ୍ଠ ଯନ୍ତ୍ରୀ ସସ୍ମିତା କୁମାରୀ ବେହେରା, ମୌସୁମୀ ବେହେରା, ଗଣେଶ ଜେନାଙ୍କ ସହିତ “ପ୍ରେସ କ୍ଲବ” ସଭାପତି ଅରୁଣ କୁମାର ଷଡ଼ଙ୍ଗୀ, ସମ୍ପାଦକ ଅନୀଲ କୁମାର ଦଳବେହେରା, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ଚିନ୍ମୟ କୁମାର ସେଠୀ,ଏନ. ରାଜା ରାଓ ଏବଂ ଘୁ.ଉଦୟଗିରି ଫରେଷ୍ଟ ଟ୍ରେନିଙ୍ଗ ସ୍କୁଲର ଛାତ୍ରଛାତ୍ରୀ ଏହି ମହତ କାର୍ଯ୍ୟକ୍ରମରେ ଯୋଗ ଦେଇ ସହରର ରାସ୍ତା ଘାଟ ଝାଡୁ ମାରି ସଫେଇ କରି ଲୋକଙ୍କୁ ସଚେତନ କରାଇଥିଲେ I

Leave A Reply

Your email address will not be published.