ନୂଆଁଖାଇ ଉପଲକ୍ଷେ ଦୂରଦର୍ଶନ ର ସୁଟିଙ୍ଗ୍

0

ଜମନକିରା : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଫାଶୀମାଲ ପଞ୍ଚାୟତ ର ଫାଶୀମାଲ ,ପୁକୁଡା, ତିଲେଇମାଲ ଏବଂ କସଡା ପଞ୍ଚାୟତ ର ମହାଲିଙ୍ଗକୁଦର ଗ୍ରାମ ରେ ତିନି ଦିନ ଧରି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆଁଖାଇ ଜୁହାର ୨୦୨୩ ର ସୁଟିଂ କାର୍ଯ୍ୟ ଚାଲିଥିଲା। ଏହି କାର୍ଯ୍ୟକ୍ରମ ସମ୍ବଲପୁର ଦୂରଦର୍ଶନ କୁଚିଣ୍ଡା କାଶ୍ୱପି ଗୃପ କୁ ଦିଆଯାଇଛି । ନୂଆଁଖାଇ ଜୁହାର ୨୦୨୩ କାର୍ଯ୍ୟକ୍ରମ ରେ, ସମ୍ବଲପୁର ଦୂରଦର୍ଶନ ର ଗୀତିକାର କ୍ଷେତ୍ରମଣୀ ବିଭାର ଗୀତ ରଚନା କରିଛନ୍ତି। ସଂଗୀତ ନିର୍ଦ୍ଦେଶନା ଶଂକର ପ୍ରଧାନ ଦେଇଥିବା ବେଳେ ନୃତ୍ୟ ନିର୍ଦ୍ଦେଶନା ରଞ୍ଜନ କୁମାର ସାହୁ ଦେଇଛନ୍ତି। ମୂଖ୍ୟ ଭୂମିକାରେ ସୁରଥ ଚନ୍ଦ୍ର ନାଏକ,ପାୟଲ ଭୋଇ,ସ୍ୱସ୍ତିକା ସମୃଦ୍ଧି ପଣ୍ଡା, ନବୀନ କୁଜୁର ପ୍ରମୁଖ କଳାକାରମାନେ ଅଭିନୟ କରିଥିବା ବେଳେ ଏଥିରେ ୩୦ ଜଣରୁ ଉର୍ଦ୍ଧ ପାର୍ଶ୍ଵ କଳାକାର ଅଭିନୟ କରିଛନ୍ତି। କାର୍ଯ୍ୟକ୍ରମ ଟି ସମ୍ବଲପୁରି ଭାଷା ରେ ସଂଳାପ ଏବଂ ଗୀତ ରଚନା ରହିଛି। ଗ୍ରାମାଞ୍ଚଳର ପ୍ରାକୃତିକ ଦୃଶ୍ୟ ଏବଂ ପରମ୍ପରା କୁ ନେଇ ସୁଟିଂ କାର୍ଯ୍ୟ ସମାପନ ହୋଇଥିଲା।

ତେବେ କାର୍ଯ୍ୟକ୍ରମ ଟି ସମ୍ବଲପୁରି ଭାଷା ରେ ସରସ ସୁନ୍ଦର ଭାବରେ ହୋଇଥିବାରୁ ଦର୍ଶକ ବେଶ ଉପଭୋଗ କରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.