ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର) :ବାଣପୁର ସ୍ଥିତ ସତସଙ୍ଗ ବିହାର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ ତମ ଶୁଭ ଜନ୍ମ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ରାହ୍ମ ମୁହୁର୍ତ୍ତରେ ବେଦ ମାଙ୍ଗଳିକ ଓ ପ୍ରତ୍ୟୁଷରେ ଉଷା କୀର୍ତ୍ତନ ଓ ପ୍ରାତଃ ବିନତିପରେ ଶ୍ରୀ ଶ୍ରୀ ଠାକୁରଙ୍କ ଶୁଭ ଜନ୍ମ ଲଗ୍ନ ଘୋଷଣା ହୋଇଥିଲା।ଏହାପରେ ସୁସଜ୍ଜିତ ରଥରେ ଶ୍ରୀ ଶ୍ରୀ ଠାକୁରଙ୍କ ନଗର ପରିକ୍ରମା ଓ ନଗର କୀର୍ତ୍ତନ କରାଯାଇଥିଲା। ଏହାପରେ ପୂର୍ବାହ୍ନରେ ପବିତ୍ର ସତସଙ୍ଗ ଆଲୋଚନା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନର ସମସ୍ୟା ବହୁଳ ସମାଜରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କୁ ଜୀବନାଦର୍ଶ ରୂପେ ବରଣ କରିବାର ଆବଶ୍ୟକତା ଉପରେ ଉକ୍ତ ସତସଙ୍ଗରେ ଆଲୋଚନା ହୋଇଥିଲା
ସତସଙ୍ଗରେ ବରିଷ୍ଠ କର୍ମୀ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଡମ୍ବରୁଧର ସାମନ୍ତରାୟ, ତ୍ରିନାଥ ହୋତା, ପ୍ରବୋଧ କୁମାର ବିଶ୍ବାଳ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ଆଦି ଉପସ୍ଥିତ ଥିବାବେଳେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ସତସଙ୍ଗ ପ୍ରେମୀ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.