ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଜେପି ପକ୍ଷରୁ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ ସାମନ୍ତରାଏ, ତାଙ୍କ ସହଯୋଗୀ ନରେନ୍ଦ୍ର ମହାନ୍ତିଙ୍କ ସମେତ ସ୍ବେଛାସେବୀ ସଂଗଠନ ଅଗ୍ରଗ୍ରାମୀ ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ କରାଯାଇଛି | ସେମାନେ କାଶୀପୁର ଖଣି ଅଞ୍ଚଳରେ ନିରୀହ ଆଦିବାସୀ ହରିଜନ ବର୍ଗର ଲୋକଙ୍କୁ ଖଣି, ସରକାର ଓ କମ୍ପାନୀ ବିପକ୍ଷରେ ଉସୁକାଇ ଏକ ପ୍ରକାର ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ବେଳେ ଅଞ୍ଚଳର ବିକାଶରେ ପ୍ରତିବନ୍ଧକ ନୀତି ଅବଲମ୍ବନ କରୁଛନ୍ତି | କାଶୀପୁର ଅଞ୍ଚଳର ବିକାଶ କୁ ପ୍ରାୟୋଜିତ ଭାବେ ନିଜ ସ୍ୱାର୍ଥରେ ତଳିତଳାନ୍ତ କରୁଥିବା ବ୍ୟକ୍ତିଙ୍କୁ ରାୟଗଡା ଜିଲ୍ଲା ତଥା କାଶୀପୁର ଅଞ୍ଚଳରେ ପ୍ରବେଶକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ଶିବ ପଟ୍ଟନାୟକ, ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍କାକା ଓ ଜିଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା ପ୍ରକାଶ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ବ୍ଲକ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ନୂତନ ଖଣି ନିଲାମ ପ୍ରକ୍ରିୟା ହେତୁ ୧୦ଗୁଣ ରୁ ୨୫ଗୁଣ ଅଧିକା ରାଜସ୍ୱ ପ୍ରାପ୍ତ ହୋଇ ପାରିବ | ଯାହାଫଳରେ ଏହି ଅଞ୍ଚଳର ଆର୍ଥିକ ଅବସ୍ଥା ସୁଦୃଢ ହେବା ସହ ବିକାଶ ସୁନିଶ୍ଚିତ ହେବ | ତେଣୁ ଅଞ୍ଚଳ ବାସୀଙ୍କୁ ଏହାର ବିଚାର କରି ଖଣି ଓ କାରଖାନା କୁ ବିରୋଧୀ ନକରି ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରାଯାଉ ବୋଲି ବ୍ଲକ ବିଜେପି ଆଭାନ କରିଛି ,ଏବଂ ଏଥି ପୂର୍ବରୁ ବ୍ଲକ ବିଜେଡି, କଂଗ୍ରେସର ଖଣି, ସରକାର ଓ କାରଖାନା ବିରୋଧୀଙ୍କ ବିପକ୍ଷରେ ଜାରି ହୋଇଥିବା ସାମ୍ବାଦିକ ବାର୍ତ୍ତାକୁ ବ୍ଲକ ବିଜେପି ସମ୍ବର୍ଦ୍ଧନା କରିଛି ।
କାର୍ଯ୍ୟକ୍ରମ ରେ ବ୍ଲକ ମଣ୍ଡଳ ସଭାପତି ଭରତ ଲେଙ୍କା, ଉମେଶ ଖସଲା,ପ୍ରଶାନ୍ତ ମାଝୀ, ଚନ୍ଦ୍ର ଶେଖର ଖରା, ହରିଷ ମୁଦୁଲି, କୃଷ୍ଣ ପୂଜାରୀ, କୃଷ ଚନ୍ଦ୍ର ଗଉଡ଼ ଓ ଅନ୍ୟ ପ୍ରମୁଖ ନେତୃତ୍ବବୃନ୍ଦ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.