ବେଲଗୁଣ୍ଠା,-( ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ବିଭାଗୀୟ ମୁଖ୍ୟ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ. ଗୁରୁମୂର୍ତ୍ତୀ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଓଡ଼ିଆ ବିଭାଗ ଅଧ୍ୟାପକ ସପନ କୁମାର ପ୍ରଧାନ,ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ,ଅଶୋକ କୁମାର ପ୍ରଧାନ, ବିଶ୍ୱରଞ୍ଜନ ସ୍ୱାଇଁ, ଅଧ୍ୟାପିକା ପିଙ୍କି ପାତ୍ର,ସାମ୍ବାଦିକ ଶିବରାମ ଚୌଧୂରୀ ପ୍ରମୁଖ ମଞ୍ଚାସୀନ ଥିଲେ I ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ଲିଜାରାଣୀ ଖଣ୍ଡୁଆଳ କବିବର ରାଧାନାଥ ରାୟଙ୍କ କାବ୍ୟକୃତି ଏକ ଅଧ୍ୟୟନ ସନ୍ଦର୍ଭ ପାଠ କରିଥିଲେ I ବହୁ ଛାତ୍ରଛାତ୍ରୀ ତର୍କ ବିତର୍କ ମାଧ୍ୟମରେ କବିବର ରାଧାନାଥ ରାୟଙ୍କ କାବ୍ୟକୃତିର ବିଶେଷ ଆଲୋଚନା କରିଥିଲେ I ମୁଖ୍ୟ ଅତିଥି ଶ୍ରୀ ଶତପଥୀ ରାଧାନାଥଙ୍କ କିମ୍ବଦନ୍ତୀ, ଇତିହାସ ଏବଂ ସାହିତ୍ୟ ସାଧନାରେ ରାଧାନାଥଙ୍କ କୃତିତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ I ଅଧ୍ୟାପକ ସପନ କୁମାର ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post