ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାଜ୍ୟ ରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ଦାନ ତଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।
ଏହି ସଂକ୍ରାନ୍ତ ରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ସମସ୍ତ ବ୍ଲକ୍ ଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସହିତ ଜିଲ୍ଲା ର ସମସ୍ତ ବିଦ୍ୟାଳୟ ମାନଙ୍କରେ ନିରବଚ୍ଛିନ୍ନ ଶିକ୍ଷାଦାନ ତଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜାରି ରଖିବା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ଏଵଂ ଡି. ଆଇ. ଇ. ଟି. ର ଅଧ୍ୟକ୍ଷ ଙ୍କ ସହିତ ଆଲୋଚନା କରିଥିଲେ।
ଜିଲ୍ଲା ର ସମସ୍ତ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପୁରୁଣା ପେନସନ ଯୋଜନା ଅନ୍ତର୍ଭୁକ୍ତ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ, ଏକ୍ସ – କ୍ୟାଡ଼ର ଶିକ୍ଷକ, ବି. ଏଡ୍. ଶିକ୍ଷକ, ହାଇସ୍କୁଲ ଶିକ୍ଷକ ମାନଙ୍କ ଦ୍ଵାରା ଶିକ୍ଷା ଦାନ ତଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜାରି ରହିଛି। ଏବଂ ଆବଶ୍ୟକ ସ୍ଥଳେ ଡି.ଆଇ. ଇ. ଟି. ଏବଂ ବି.ଆଇ. ଇ. ଟି. ରେ ଅଧ୍ୟୟନରତ ପ୍ରଶିକ୍ଷାର୍ଥୀ ମାନଙ୍କୁ ମଧ୍ୟ ଏହି ଶିକ୍ଷାଦାନ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ କୁମାର ପଧାନ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.