ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ୍-ତଥା-ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଜିଲ୍ଲା କୋର୍ଟ ସମ୍ମିଳନ କକ୍ଷଠାରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା (ନିବାରଣ , ନିଷେଧ ଓ ନିରାକରଣ) ଆଇନ୍ ୨୦୧୩ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ପ୍ରକାଶ ଥାଉ କି ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ Judgement ସଂଖ୍ୟା ସିଭିଲ ଅପିଲ ନଂ ୨୪୮୨/୨୦୧୪ କୁ ଭିତ୍ତି କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଦୌରା ଜଜ୍-ତଥା-ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପର ଲିଖିତ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ।
ଅନ୍ୟତମ ଅତିଥିଭାବେ ଜଜ୍ ପରିବାର ଲୋକ ଅଦାଲତ , ଗଜପତି ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଦୌରାଜଜ୍ , ପାରାଳାଖେମୁଣ୍ଡି ଶ୍ରୀ ପ୍ରଦୀପ କୁମାର ସାମଲ , ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ , ଶ୍ରୀ ନରତ୍ତୋମ ସେଠୀ , ବରିଷ୍ଠ ଦେୱାନୀ ବିଚାରବିଭାଗୀୟ ଅଧିକାରୀ , ପାରାଳାଖେମୁଣ୍ଡି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ରେଜିଷ୍ଟ୍ରାର , ସିଭିଲ କୋର୍ଟ , ଗଜପତି ଶ୍ରୀ ସତ୍ୟବ୍ରତ ରାଣା , ସଚିବ , ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଜପତି , ଶ୍ରୀ ରବି ନାରାୟଣ ବେହେରା ଓ ଉପଖଣ୍ଡୀୟ ବିଚାରବିଭାଗୀୟ ଅଧିକାରିଣୀ , ପାରାଳାଖେମୁଣ୍ଡି ଶ୍ରୀମତି ବିଷ୍ଣୁପ୍ରିୟା ସାମନ୍ତରାୟ ଯୋଗଦେଇ ଏହି ଆଇନ ଗଠନ ହେବାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହି ଆଇନ କିପରି ବିଭିନ୍ନ କାର୍ଯ୍ୟାଳୟରେ ଉପଯୋଗୀ ହେଉଛି ସେହି ବିଷୟରେ ସଚେତନତା କରାଇଥିଲେ ଏଥି ସହ ଏହି ଶିବିରରେ କିଛି ମହିଳା କୋର୍ଟ କର୍ମଚାରୀମାନେ ମଧ୍ୟ ନିଜ ନିଜର ମତ ପ୍ରକାଶ କରିଥିଲେ।
ମାନ୍ୟବର ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଲାର ରା. ଉଦୟଗିରି ଓ ମୋହନା କୋର୍ଟ ପରିସରରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ପ୍ରକାଶ ଥାଉକି , ଏହି ଆଇନ ଆଧାରରେ ପୂର୍ବରୁ ଜିଲ୍ଲା ଅଦାଲତରେ ଗୋଟିଏ କମିଟି କାର୍ଯ୍ୟରତ ଅଛି। ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଂପାଦକ ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରାଧିକରଣର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ।

Leave A Reply

Your email address will not be published.