କାମାକ୍ଷାନଗର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ପୁରୁଖା ନେତାଙ୍କୁ ଡାକରା ନାହିଁ !

0

 ଅନ୍ତଃକନ୍ଦଳ ଜଳଜଳ :ତାଳି ନପଡ଼ିଲେ ହୋଇପାରେ ସ୍ଥିତି ଅସମ୍ଭାଳ

କାମାକ୍ଷାନଗର-ଆଜି ୧୫/୦୯ ଶୁକ୍ରବାର ଦିନ ୧୨ ଟା ବେଳକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସାରଙ୍ଗଧର ଷ୍ଟାଡିୟମ ର ଅଦିତାରିଅମ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡାଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଦଳ କିପରି ମଜବୁତ ହେବ ଏବଂ ନିର୍ବାଚନରେ କିପରି ଦଳ ଅଧିକରୁ ଅଧିକ ଭୋଟ ପାଇ ଜିତିବ, ସେ ନେଇ ମୁଖ୍ୟ ଅତିଥି ନିର୍ବାଚନ ମଣ୍ଡଳିରୁ ଆସିଥିବା କର୍ମିମାନଙ୍କୁ ଗୁରମନ୍ତ୍ର ଦେଇଥିଲେ। କିନ୍ତୁ ଏଥିରେ ଅଧିକାଂଶ ବହୁ ଉଚ୍ଚ ପଦାଧିକାରି କର୍ମିମାନଙ୍କୁ ତଥା ବହୁ ବରିଷ୍ଠ ନେତ୍ରୀ ମାନଙ୍କୁ ଏହି ବୈଠକରେ ଡକା ଯାଇ ନ ଥିବା ଦେଖିବାକୁ ମିଳିଥିଲା। ଯେପରି ନିର୍ବାଚନ ମଣ୍ଡଳୀରେ ତପନ କୁମାର ଦାସ ରାଜ୍ୟ ସମ୍ପାଦକ ଥାଇ ମଧ୍ୟ ତାଙ୍କୁ ବୈଠକରେ ଡକାଯାଇ ନ ଥିବା ଦେଖିବାକୁ ମିଳିଥିଲା। ସେହିଭଳି ପୁର୍ବତନ ଏନଏସି ଅଧକ୍ଷା ସୌଭାଗିନି ରାଉଳ ଓ ବରିଷ୍ଠ ମହିଳା ନେତ୍ରୀ ସାନ୍ତବାଳା ଜୀ ଭଳି ନେତା ନେତ୍ରୀଙ୍କୁ ଏହି ସଭାରେ ଦେଖିବାକୁ ମିଳି ନଥିଲା। ତେଣୁ ଦଳ ଭିତରେ ଗୋଷ୍ଠି କନ୍ଦଳ ପ୍ରମାଣିତ ହୋଇଛି। ଏଠାରେ ଉପସ୍ଥିତ ଥିବା ପରଜଙ୍ଗ କାମାକ୍ଷାନଗର ନିର୍ବାଚନ ମଣ୍ଡଳିର ପ୍ରଭାରି ଆଶିଷ ଚକ୍ରବତି ମଧ୍ୟ ଏଥିପ୍ରତି ଦୃଷ୍ଟିଦେଇ ସମସ୍ତଙ୍କୁ ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏକାଠି କରିବା କଥା। କିନ୍ତୁ ସେ ବି ମଧ୍ୟ ଏଥିପ୍ରତି ବରିଷ୍ଠ ମାନଙ୍କୁ ଡାକି ନାହାନ୍ତି। ଛାଡି ଯାଇଥିବା ବରିଷ୍ଠ ନେତା ନେତ୍ରୀ ମାନଂକ୍ନୁ ବୈଠକରେ ନ ଡାକିବାର କାରଣ ବିଧାୟକଙ୍କର ଭୟ ନା ବୈଠକରେ ତାଙ୍କୁ ଦୁରେଇ ରଖିବାର ପ୍ରୟାସ। ଦଳରେ ଯଦି ଏଭଳି ପରିସ୍ଥିତି ଲାଗିରହେ ତେବେ ଆଗାମି ସାଧାରଣ ନିର୍ବାଚନରେ କାମାକ୍ଷାନଗର ଟି ବିଜେଡିର ଗଡ ହିସାବରେ ଗଣାଯାଉଥିବାବେଳେ ଏଠି ବିଜେଡି ଗୋଟିଏ ସିଟ ହରାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେଣୁ ତୁରନ୍ତ ଦଳ ଏହି ଗୋଷ୍ଠିକନ୍ଦଳକୁ ସମାଧାନ କରିବା ଦରକାର।

Leave A Reply

Your email address will not be published.