ଭଟଲି ରେ ମେଗା ରକ୍ତଦାନ ଶିବିର, ସଂଗୃହିତ ହେଲା ୯୧ ୟୁନିଟ ରକ୍ତ

0

ପଦ୍ମପୁର/ ଭଟଲି :– ରକ୍ତ , ଏହା ନା ତ କୌଣସି ଫେକ୍ଟ୍ରି ରେ ତିଆରି ହୋଇ ପାରିବ ନାହିଁ କୌଣସି ଲେବ୍ ରେ । ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି କୁ କେବଳ ଜଣେ ବ୍ୟକ୍ତି ହିଁ ନିଜ ଶରୀର ରୁ ରକ୍ତ ଦେଇ ତାର ଜୀବନ ରକ୍ଷା କରି ପାରିବ । ବୋଧହୁଏ ଏହି କାରଣରୁ ରକ୍ତଦାନ କୁ ମହତ ଦାନ ବୋଲି କୁହାଯାଏ । ନିଜର ଶରୀର ରୁ ରକ୍ତଦାନ କରି ଅନ୍ୟ ଜଣେ ଲୋକର ଜୀବନ ବଞ୍ଚାଇବାର ପ୍ରୟାସ କରୁଥିବା ଦାତା ମାନେ ସବୁ ବେଳେ ପ୍ରଶଂସନୀୟ । ବିଜୁ ଜନତା ଦଳର ସୁପ୍ରିମୋ ତଥା ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଓ ପ୍ରାୟସ ରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର , ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା କରିବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତ ସଂଗ୍ରହ କରି ରାଜ୍ୟ ରେ ରହିଥିବା ରକ୍ତ ଭଣ୍ଡାର ଗୁଡିକର ଆବଶ୍ୟକତାକୁ କିଛି ମାତ୍ରାରେ ପୂରଣ କରିବାର ପ୍ରଶଂସନୀୟ କାର୍ଯ୍ୟ କରି ଆସୁଛି । ଏହି କ୍ରମରେ ବରଗଡ଼ ଜିଲ୍ଲାରେ ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ରଙ୍କ ନେତୃତ୍ବରେ ଜିଲ୍ଲାରେ ହେଉଥିବା ରକ୍ତଦାନ ଶିବିରରୁ ଇତି ମଧ୍ୟରେ ରେକର୍ଡ ସଂଖ୍ୟାରେ ରକ୍ତ ସଂଗ୍ରହ କରାଯାଇ ବିଭିନ୍ନ ରକ୍ତ ଭଣ୍ଡାର କୁ ଯୋଗାଇ ଦିଆଯାଇଛି ।
ଏହି କ୍ରମରେ ଆଜି ଜିଲ୍ଲାର ଭଟଲି ନିର୍ବାଚନ ମଣ୍ଡଳୀର , ଭଟଲି ବ୍ଲକ ନୂଆଁପାଲି ଠାରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂହ ଯୋଗଦାନ କରି ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଯୁବ ରକ୍ତଦାତା ମାନଙ୍କୁ କ୍ରମାଗତ ଭାବରେ ରକ୍ତଦାନ କରି ଅସହାୟ ରୋଗୀ ମାନଙ୍କ ଜୀବନ ରକ୍ଷା କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ସାଧୁବାଦ ଜଣାଇବା ସହିତ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଭାରତୀ ଭୁଏ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଈଶ୍ୱର ଚନ୍ଦ୍ର ସାହୁ,ବିଜେଡ଼ି ବ୍ଲକ ସଭାପତି ଶ୍ରୀ ଗୋବିନ୍ଦ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସତ୍ୟବତି ସାହୁ, ଯୁବ ଜନତା ଦଳର ବ୍ଲକ ସଭାପତି ଶ୍ରୀ ମଦନ ସାହୁ ଏବଂ ବିଜୁ ଜନତା ଦଳ, ଯୁବ ଜନତା ଦଳ, ଛାତ୍ର ଜନତା ଦଳ ଏବଂ ମହିଳା ଜନତା ଦଳର କର୍ମ କର୍ତ୍ତା ଉପସ୍ଥିତ ଥିଲେ । ଏହି ମେଗା ରକ୍ତଦାନ ଶିବିରରୁ ସର୍ବମୋଟ ୯୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Leave A Reply

Your email address will not be published.