ଆମ୍ ଆଦମୀ ପାର୍ଟି ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ।

0

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ:  ଆମ୍ ଆଦମୀ ପାର୍ଟି ତରଫରୁ କେନ୍ଦ୍ରାପଡ଼ା ସହରରେ ଏକ ବିଧାନସଭା ସ୍ତରୀୟ ସମୀକ୍ଷା ବୈଠକଅନୁଷ୍ଠିତ । ନୂତନ ସଦସ୍ୟ ଯୋଡିବା ଅଭିଯାନ ସମ୍ପର୍କିତ କର୍ମଶାଳା ଜିଲ୍ଲା ଆବାହକ ଶ୍ରୀଯୁକ୍ତ ସନ୍ଦିଗ୍ଧ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ଆଗାମୀ ଦିନରେ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀଯୁକ୍ତ ଅରବିନ୍ଦ କେଜରିୱାଲଜୀ ଦିଲ୍ଲୀ ମଡେଲକୁ ଆଧାର କରି ଦେଇଥିବା ପରିବର୍ତ୍ତନର ଡାକରା ଫଳପ୍ରସୂ ହୋଇ କିପରି ଓଡ଼ିଶାରେ ଶିକ୍ଷା,ସ୍ଵାସ୍ଥ୍ୟ,ପାଣି,ବିଜୁଳି ଭଳି ମୌଳିକ ଆବଶ୍ୟକତା ଓଡିଶାର ଅନ୍ତିମ ବ୍ୟକ୍ତି ପାଖରେ ପହଞ୍ଚି ପାରିବ ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଇତ୍ୟବସରରେ ନୂତନ ସଦସ୍ୟ ଯୋଡିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ନିମନ୍ତେ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାପାତ୍ର ଆହ୍ଵାନ ଦେଇଥିଲେ। ଜିଲ୍ଲା ସଭାପତି ଶ୍ରୀ ସନ୍ଦୀପ୍ତ ଦାସ୍ କେନ୍ଦ୍ରାପଡ଼ା ଜିଲ୍ଲାରେ ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତ ସାଥୀମାନଙ୍କ ସହଯୋଗରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ଅଭିବୃଦ୍ଧିକୁ ଅବତାରଣା କରିଥିଲେ। ସମ୍ପାଦକ ଶ୍ରୀ ସୂର୍ଯ୍ୟକାନ୍ତ ପରିଡ଼ା ଅତିଥ୍ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀ ଅପୂର୍ବ ରଞ୍ଜନ ସେଠୀ,ନଗର ସଭାପତି ଶ୍ରୀଯୁକ୍ତ ଅବଦୁଲ କାହିର, ଶ୍ରୀ ଦୈବମନୁ ବେଉରା, ଶ୍ରୀ ଭୁବନ ସିଂ, ଶ୍ରୀ ରୁଦ୍ର ପ୍ରସାଦ ବେହେରା, ଶ୍ରୀ ଇନ୍ତେଖାବ୍ ସୁହେଲ ଖାନ୍,ଶ୍ରୀ ଅବଦୁଲ୍ ସବୀର, ଶ୍ରୀ କୁମୁଦ ରାଉତ, ଶ୍ରୀମତି ସାଗରିକା ଦାସ ପ୍ରମୁଖ ଅଭିଭାଷଣ ରଖୁଥିଲେ। ପରିଶେଷରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସନ୍ଦୀପ୍ତ ଦାସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.