ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲା ତିନିରଜ୍ୟ ସୀମାନ୍ତ ଝାଡପୋଖରିଆ ସମ୍ବେଦନଶୀଳ ଥାନା ର ନିର୍ଦ୍ଦିଷ୍ଟ ଗୃହରକ୍ଷୀ ବେଆଇନ ବାଲି ଚାଲାଣ ,ବେଆଇନ ଚଳନଙ୍କ ଠାରୁ ଅର୍ଥ ଆଦାୟ ଭଳି ଘଟଣା ପୂର୍ବରୁ ନଜିର ରହିଥିବା ବେଳେ ପୁଣି ଜଣେ ଗୃହରକ୍ଷୀ ଥାନା ଅଧିକାରୀଙ୍କ ବିନା ଅନୁମତିରେ ପୋଡସି ରାଜ୍ୟ ଝାଡ଼ଖଣ୍ଡ ଅଞ୍ଚଳରେ ଥିବା ଗୁଡାବେନ୍ଦା ଥାନା ସହିତ ଅହେତୁକ ଅନୁକମ୍ପା ଦେଖାଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ମୁତାବକ ଗତ ତା ୪/୯/୨୦୨୩ ରିଖ ଝାଡପୋଖରିଆ ଥାନାରେ ଶ୍ରୀ ସୁଧୀର ସାହୁଙ୍କ ଅଭିଯୋଗ ଅନୁସାରେ ଗତ ତା ୨୬/୮/୨୦୨୩ ରିଖ ପ୍ରାୟ ରାତ୍ର ୧୧ ଘଟିକା ସମୟରେ ତାଙ୍କ ଭାଇ ଘରେ ଶୋଇଥିଲେ। ହଠାତ୍ ଝାଡ଼ପୋଖରୀଆ ଥାନା ଗୃହରକ୍ଷୀ ଶ୍ରୀ ସପନ ପ୍ରତିହାରୀ ଭାଇ ଘରକୁ ଆସି ତାଙ୍କୁ ଡାକି ବାହାରକୁ ଆସିବାକୁ କହିଥିଲେ ।ଭାଇ ଘରୁ ବାହାରକୁ ଆସିବା ପରେ ତାଙ୍କୁ ଝାଡଖଣ୍ଡ ପୋଲିସ ଥାନାକୁ ନେଇ କୋର୍ଟ ଚାଲାଣ କରିଥିଲା ଓ ତାଙ୍କ ଭାଇଙ୍କୁ ମୁକୁଳେଇବା ପାଇଁ ୫୦,୦୦୦ ଟଙ୍କା ନେଇଥିବା ଫୋନ ରେ ପ୍ରକାଶ କରିବା ସହିତ ନ ଫେରିଲେ କଣ କରିବା ବୋଲି ଧମକ ଦେଇଥିଲେ ।ବୋଲି ତାଙ୍କ ଭାଇ ଅଭିଯୋଗ କରିଥିଲେ । ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା କିନ୍ତୁ ଅଭିଯୋଗ ର ୪ ଦିନ ପରେ ଉଭୟ ପକ୍ଷ ଙ୍କ ଆପୋଷ ସମାଧାନ କୁ ନେଇ ପୋଲିସ ବିଭାଗ ପାଇଁ ଏଭଳିଆ ନିନ୍ଦନୀୟ ଘଟଣା କୁ ଚାପାଇବା ପାଇଁ ଆପୋଷ ବୁଝାମଣା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ବୁଝାମଣା ପତ୍ର ର ସୂଚନା ମୁତାବକ ଗୃହରକ୍ଷୀ ଜଣକ ଥାନାର ବିନା ଅନୁମତିରେ ପୋଡଶି ରାଜ୍ୟ ପୋଲିସକୁ ଅନୁକମ୍ପା ମୂଳକ ସହଯୋଗ କରିଥିବା ଓ ବିରକ୍ତ ହୋଇ ୫୦,୦୦୦ ଟଙ୍କା ନେଇଥିବା ଫୋନ ରେ ପ୍ରକାଶ କରିଥିଲେ । ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଆପୋଷ ବୁଝାମଣା ପରେ ଥାନାରେ ଚୁକ୍ତିନାମା ହୋଇଥିବା ଜଣାପଡେ । ସୂଚନାଯୋଗ୍ୟ ପୂର୍ବରୁ ପୋଡଶି ରାଜ୍ୟ ପୋଲିସ ଝାଡପୋଖରିଆ ଥାନା ଅଞ୍ଚଳକୁ କୌଣସି ମାମଲାର ତଦନ୍ତ କରିବାକୁ ଆସିବା ପୂର୍ବରୁ କିମ୍ବା ପରେ ଝାଡ ପୋଖରିଆ ଥାନା ସହିତ ଯୋଗାଯୋଗ କରୁଥିବା ବେଳେ ନିର୍ଦ୍ଦିଷ୍ଟ ଘଟଣାରେ ଥାନାକୁ ନ ଜଣେଇ ଗୃହରକ୍ଷୀ ଙ୍କ ସହଯୋଗରେ ଅଭିଯୁକ୍ତ କୁ ନେଇ କୋର୍ଟ ଚାଲାଣ କରିବା ଘଟଣା ବାସ୍ତବରେ ନିନ୍ଦନୀୟ । ଅପର ପକ୍ଷେ ଗୃହରକ୍ଷୀ ଜଣକ ଥାନାକୁ ନ ଜଣେଇ ସହଯୋଗ କରିବା ଭଳି ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ର ୪ ଦିନ ପରେ ଘଟଣା କୁ ଚାପାଇବାର ପ୍ରୟାସ ପୂର୍ବକ ଚୁକ୍ତି ନାମା ପତ୍ର ଥାନା ପରିସରରେ ଲେଖା ହେବା ଘଟଣା ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ତଦନ୍ତ ସାପେକ୍ଷ। ଏଭଳି ନିନ୍ଦନୀୟ ପୁଣି ଅବହେଳା ଘଟଣା କୁ ନେଇ ବିଭାଗ ତଦନ୍ତ କରି କାର୍ଯ୍ୟାନଷ୍ଠାନ ଗ୍ରହଣ କରୁଛି ନା ସବୁକିଛି ଚାପି ହୋଇ ରହିଯାଉଛି । ତାହା ଦେଖିବାକୁ ବାକି ରହିଲା |
Sign in
Sign in
Recover your password.
A password will be e-mailed to you.
Prev Post