(ମାହାଙ୍ଗା-ଶାସକ ପ୍ରଶାସକ): ରାଜ୍ୟ ବିଜେପି ର ଆହ୍ୱାନ କ୍ରମେ ରାଜ୍ୟ ସରକାରଙ୍କ ଜନ ମାରଣ ନୀତି ସହିତ ଦୁର୍ନିତି ଭ୍ରଷ୍ଟାଚାର ବିରୁଦ୍ଧରେ ସାରା ରାଜ୍ୟର ଗ୍ରାମ ପଞ୍ଚାୟତ ସମ୍ମୁଖରେ ଗଣ ଆନ୍ଦୋଳନ କରାଯାଉଛି l ସେହପରି ଭାବେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ନେତା ସାରଦା ପ୍ରଧାନଙ୍କ ଆହ୍ବାନ କ୍ରମେ ଗୋତରା ଗ୍ରାମ ପଞ୍ଚାୟତ ବିଜେପି ପକ୍ଷରୁ ଗୋତରା ଗ୍ରାମ ପଂଚାୟତ ସମ୍ମୁଖରେ ଗଣ ଆନ୍ଦୋଳନ କରାଯାଇଛି । ଗୋତରା ଗ୍ରାମ ପଞ୍ଚାୟତର ଶହ ଶହ ବିଜେପି କର୍ମକର୍ତ୍ତା ମାନେ ପ୍ରହରାଜପୁର ଛକରୁ ବାହାରି ଗ୍ରାମ ପଞ୍ଚାୟତ ପରିକ୍ରମା କରିବା ସହ ବିଭିନ୍ନ ଛକ ମାନଙ୍କରେ ପଥପ୍ରାନ୍ତ ସଭା ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୁନିର୍ତି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେବା ସହିତ ବର୍ତମାନ ଓଡ଼ିଶାରେ ଓଡ଼ିଆ ମାନଙ୍କୁ ହତାଧର କରିବା ସହିତ ଅଣ ଓଡ଼ିଆକୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି ଯାହା ଫଳରେ ଅଣ ଓଡ଼ିଆଙ୍କ ରାଜୁତି ବଢ଼ିବାରେ ଲାଗିଛି ଯାହା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପାଇଁ ବିଜେପି କର୍ମୀମାନେ ଗଣ ଆନ୍ଦୋଳନ କରି ଦାବି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଗୋତରା ଗ୍ରାମ ପଞ୍ଚାୟତ ସରପଞ୍ଚ ସୁର୍ଯ୍ୟକାନ୍ତ ପଣ୍ଡା, ମଣ୍ଡଳ ସଭାପତି ଭକ୍ତଚରଣ ସ୍ୱାଇଁ, ଏସି ମୋର୍ଚ୍ଚା ସଭାପତି ଜଗନ୍ନାଥ ଦାସ, ସହ ପ୍ରମୁଖ ପ୍ରକାଶ ନାୟକ, ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି ମିହିର ମହାନ୍ତି, ପଞ୍ଚାୟତ ପରିଚାଳକ ଚିତ ରଂଜନ ଲେଙ୍କା, ହରେକୃଷ୍ଣ ସାହୁ, ମନୋରଞ୍ଜନ ସ୍ୱାଇଁ, ଦ୍ବାରିକାନାଥ ପଣ୍ଡା, ଶୁଭେନ୍ଦୁ ପଣ୍ଡା, ପ୍ରକାଶ ଚନ୍ଦ୍ର ପଣ୍ଡା, ବିଜୟ ଜେନା, ବିଜୟ ସ୍ବାଇଁ, ନିରଞ୍ଜନ ପ୍ରଧାନ, ଉମେଶ ଚନ୍ଦ୍ର ପ୍ରଧାନ, ଧରଣୀଧର ଓଝା, ଏସ.କେ ଅହମଦ, ଆଲିମ ଖାଁନ ପ୍ରମୁଖଙ୍କ ସହିତ ଶହ ଶହ ବିଜେପି କର୍ମୀ ଯୋଗଦେଇଥିଲେ l
Sign in
Sign in
Recover your password.
A password will be e-mailed to you.