ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସର ନୂତନ ସ୍ଵେଚ୍ଛାସେବୀ ମାନଙ୍କର ଦୀକ୍ଷା ଗ୍ରହଣ ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ । ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ରେଡକ୍ରସର ଅଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ନୂତନ ସ୍ଵେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଧ୍ୟାପକ କୁମୁଦ ଚନ୍ଦ୍ର ମହପାାତ୍ର, ଅଧ୍ୟାପକ ଦୀପୁ ଭୁୟାଁ, ପି ଦୀପକ ରାଓ ,ମହେଶ୍ଵର ରାଉତ,ଗଙ୍ଗାଧର ରଣା ଏବଂ ଦେବେଶ ଚନ୍ଦ୍ର ମହପାାତ୍ର ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଯୁବ ରେଡକ୍ରସର ସହ- ଉପଦେଷ୍ଟା ସ୍ୱରୂପା ରାଣୀ ବିଶ୍ୱାଳ ଧନ୍ୟଵାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.